ନୀଳ ସରସୀରେ ନୀଳ କହ୍ନାଇ
ନୀଳ ସରସୀରେ ନୀଳ କହ୍ନାଇ
ନୀଳ ସରସୀରେ ନୀଳ କହ୍ନାଇ ସେ
ତୁମେ ତା ଯଶୋଦା ମାତା
ସ୍ନେହ ଆଦରରେ ନିଅ ତାକୁ ତୋଳି
ମଣେ ସେ ଜଗତ ଜିତା ।
ଲବଣୀ ଚୋରା କୁ ନଟ ନାଗର ସେ
ଦେବକୀର ଗଣ୍ଠି ଧନ
ଯମୁନା କୁଳିଆ ସେ ନିଳାଚାଳିଆ
ଗୋପିଙ୍କ ପ୍ରାଣ ସ୍ପନ୍ଦନ ।
ଗିରି ଗୋବର୍ଦ୍ଧନ ବାମ କରେ ଧରି
ଇନ୍ଦ୍ର କୋପୁ ରକ୍ଷାକଲେ
ଗୋପ ନର ନାରୀ ଆନନ୍ଦ ମନରେ
କୃଷ୍ଣ କୃଷ୍ଣ ଭଜି ହେଲେ ।
ବଡ଼ ଦେଉଳିଆ ସେ ଚକାଆଖିଆ
ସୁଦାମର ପ୍ରିୟ ବନ୍ଧୁ
ଦ୍ରୋପତିକୁ ପୁଣି କୋଟି ବସ୍ତ୍ର ଦେଇ
ପାରିକଲେ ଭବ ସିନ୍ଧୁ ।
ଗଜକୁ ଉଦ୍ଧାରୀ କୁମ୍ଭୀର ମୁଖରୁ
ଦେଇଥିଲ ତୁମେ ମୁକ୍ତି
ମାଣିକ ହାତରୁ ଦହି ପାନକଲ
ପାଇଗଲ ମହାଶାନ୍ତି ।
ଦାସିଆ ବାଉରୀ ଭୁଜେ ଟେକିଦେଲା
ଶ୍ରୀଫଳ ନେଲ ଆଦରେ
ତୁମେ ଜଗଦିଶ ଭକତ ପ୍ରେମିକ
ଜୁହାର କୋଟି ଛାମୁରେ ।