STORYMIRROR

Ajit Kumar Raut

Others

4  

Ajit Kumar Raut

Others

ନୀଳ ରଙ୍ଗର ମହତ୍ତ୍ଵ

ନୀଳ ରଙ୍ଗର ମହତ୍ତ୍ଵ

1 min
237


ଖେଳିବାଟି ଯେବେ ନୀଳରଙ୍ଗେ ହୋଲି

 ମନରେ ଆସିବ ଶାନ୍ତି 

ଧୋଇ ଯିବ ପାପ ଆସିବ ସଦବୁଦ୍ଧି

 ନଥିବଟି ତହିଁ ଭ୍ରାନ୍ତି।


ହୋଲି ପରା ଭାଇ ରଙ୍ଗର ପର୍ବଟି

 ଖୁସି ଓ ଆନନ୍ଦ ପ୍ରୀତି 

ନୀଳ ରଙ୍ଗ ଯେବେ ବଦନେ ଲାଗିବ

 କଳ୍ପନା ବିଶ୍ୱାସ କୀର୍ତ୍ତି।


ନୀଳ ରଙ୍ଗ ପରା ବିଶ୍ୱାସର ରଙ୍ଗ

 ବିଶ୍ୱାସ ବଢ଼ିବ ନିତି 

ପାତ୍ର ବିଶ୍ୱାସର ହେବୁ ସମାଜରେ

 କରିବେ ଆଦର ପ୍ରୀତି।


କରି ଏକତ୍ରିତ ଜନ ସମୂହର

 କରିବୁ ରାଷ୍ଟ୍ରର କାର୍ଯ୍ୟ

ଜନକଲ୍ୟାଣରେ ଆଗୁଆ ରହିବୁ

 କରିବୁ ମଙ୍ଗଳ କାର୍ଯ୍ୟ।


ସତ୍ୟ ଜ୍ଞାନ ଦେବେ ଜଗତ ଠାକୁର

 ନୀଳ ରଙ୍ଗ ପ୍ରଭୁ ପ୍ରିୟ 

ନୀଳ ଚକ୍ର ପରା ପ୍ରଭୁଙ୍କର ଚକ୍ର

 କରୁ ଥାଏ ପାପ କ୍ଷୟ।


ମନରେ କଳ୍ପନା ହେବ ଆବିର୍ଭାବ

 ଗୁଞ୍ଜିବ ହୃଦୟେ ଭକ୍ତି 

ଜଗତ ଠାକୁର ସୁଦୟା କରିବେ

  ରହିବ ଚରଣେ ଭକ୍ତି।


ଶୁଣ ସଙ୍ଗସାଥି ଆସାଆସ ଭାଇ

  ହୋଲିର ରଙ୍ଗେ ରଙ୍ଗିବା 

ନୀଳ ରଙ୍ଗେ ହୋଲି ଖେଳିଣ ଭାଇ ମୋ

  ମନରେ ଖୁସି ଆଣିବା।


ବିଜୟ ସତ୍ୟର ହୋଲି ରଙ୍ଗ ପର୍ବ

 ଶ୍ରଦ୍ଧାରେ ହୋଲି ଖେଳିବା 

ହୋଲିକା ମନ୍ଦକୁ ଦୂରେଇ ଦେଇଣ

  ଉତ୍ସାହେ ରଙ୍ଗ ବୋଲିବା।


ନୀଳ ରଙ୍ଗେ ଆଜି ରଙ୍ଗିତ ହୋଇଣ

 ବିଷ୍ଣୁ ବିଷ୍ଣୁ ଜପୁ ଥିବା 

ବିଜୟ ଦେବେ ସେ ଜୀବନ ଯାତ୍ରାରେ

 ନୀଳ ରଙ୍ଗ ବଳୁ ଥିବା।


ବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁ ଭବେ

 ନୀଳ ଚକ୍ରଧାରୀ ପ୍ରଭୁ 

ଚକ୍ର ମୂନେ ଦେବେ ଅଭୟ ଭବକୁ

 କୃପାସିନ୍ଧୁ ମହାପ୍ରଭୁ।


ପୂର୍ଣ୍ଣ ମନବାଞ୍ଛା କରିବେ ଠାକୁର

 ବନ୍ଧୁ ଭକ୍ତଙ୍କର ସେହୁ 

ଚକାନୟନରେ ନଜର ହିଁ ଦେବେ

 ପ୍ରଭୁ ଜଗନ୍ନାଥ ଏହୁ।


ଭକ୍ତ ପ୍ରହ୍ଲାଦେ ରଖିଲେଟି ବିଷ୍ଣୁ

 ଦୁଷ୍କର୍ମୀ କଲେ ନିପାତ 

ସତ୍ୟର ସ୍ଥାପନ କଲେଟି ମହିରେ

 ଧର୍ମକୁ କଲେ ସ୍ଥାପିତ।


ବିଜୟ ପର୍ବରେ ନୀଳ ରଙ୍ଗେ ହୋଲି

 ଖେଳିବା ଆଜିରେ ଭାଇ 

ରାଷ୍ଟ୍ରର ମଙ୍ଗଳ କରିବେ ଠାକୁର

 କରିବେ ସୁରକ୍ଷା ଭାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍