STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ନୀଳ ନିର୍ବାଣ

ନୀଳ ନିର୍ବାଣ

1 min
270


ଜୀବନ ଧୂସର କାନ୍ଭାସରେ 

ଅଙ୍କା ସେ ଲାଲ୍ ତୈଳଚିତ୍ର 

ସମ୍ପୂର୍ଣ୍ଣ ଭେଜାଲ୍ ବିହୀନ ସମ୍ପର୍କ 

ନା 

ଅଦୃଶ୍ୟ ଜଞ୍ଜିରର ହାକିମପଣ.. 

ଯେତେ ଟାଣି ଓଟାରି ହୁଏ ଛୁଇଁବାକୁ

ମଧୂରତାର ନୀଳ ନିର୍ବାଣ 

ମୋକ୍ଷ ନନ୍ଦିଘୋଷ ଠାରୁ ମାୟାର ଏ ନନ୍ଦିଗ୍ରାମ 

ହୋଇଯାଏ ଦୂର ଦୂର ଖୁବ୍ ବହୁଦୂର.. 

ଆକାଶର କୁଆଁ ତାରା ପରି 

ମିଞ୍ଜି ମିଞ୍ଜି ଜଳେ ଆଶାର ଆଲୋକ..

ହାତ ବଢେଇଲେ ଇଛା ପତିତପାବନ ଛୁଇଁ ହୁଏ.. 

କିନ୍ତୁ.. 

ଇଛା ଯେ ବାରମ୍ବାର ଶେଷ ଇଛା ଖୋଜୁଥାଏ.. 

ଯଦିଓ.. 

ନିଜେ ସେ ଜାଣେନା 

ମରିଚିକା ମୃଗତୃଷ୍ନା ହିଁ ଶେଷ ଇଛା ମୋର..

ତଥାପି 

ଆଣ୍ଠୁଏ ପାଣିରେ ବୁଡି ମରିଯିବାର ଅଭିସାର ପାଇଁ 

ମୁଁ ଗର୍ବ କରେ..  

କେତେ ଲାଞ୍ଛନା.. କେତେ ଯାତନା..

ଅପରିବର୍ତ୍ତିତ କପାଳ ଲିଖନକୁ ଧର୍ଷିତା ସଜେଇ

ବାରମ୍ବାର ଖୁଣ୍ଟିଚାଲେ କର୍ମଫଳ ମୋର..

ସେବେଳେ ମୁଁ ଶୁଣିପାରେ 

ଲାଲ୍ କିଲାରେ ଢନ୍ ଢନ୍ ଅଟହାସ୍ୟ

ଅଶରୀରୀ ଶବ୍ଦ ମାନଙ୍କର..  

ସେମାନେ କହୁଥାନ୍ତି 

" ତୁ ଅତୃପ୍ତ ଆତ୍ମାଟେ

ଅସମ୍ପୂର୍ଣ୍ଣ ଶେଷ ଇଛା ତୋର " ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍