STORYMIRROR

samhita jena

Others

4  

samhita jena

Others

ନୀଳ ଆକାଶ

ନୀଳ ଆକାଶ

1 min
335


ପ୍ରଭୂ ଚକ୍ରପାଣି ଜାଣିଛ ବିନ୍ଧାଣୀ

  ନିଜ ଦେହ ରଙ୍ଗ ନେଇ

ନୀଳ ରଙ୍ଗ କରି ଶୁନ୍ୟତାରେ ଭରି

  ଆକାଶ ଦେଲ ଗଢାଇ।


ଚନ୍ଦ୍ର,ସୂର୍ଯ୍ୟ,ରଚି ନୀଳ ନଭ ପ୍ରାଚୀ

   ଶୁଷମାର ଗନ୍ତାଘର

ଆଲିଙ୍ଗନ କରେ ମାଟିକୁ ଆକାଶ

    ଧନ୍ୟ ତୁମେ ଚିତ୍ରକର।


ତମସା ଦୂରେଇ ସୂର୍ଯ୍ୟ ଆସେ ଉଇଁ

    ଆଲୋକିତ ହୁଏ ଧରା

ସୁନୀଳ ଆକାଶେ ଉଡିଯାନ୍ତି ପକ୍ଷୀ

     ପଡିଲେ ସୁନେଲି ଖରା।


ସୂର୍ଯ୍ୟ,ଚନ୍ଦ୍ର,ତାରା ଆତ ଯାତ ହୋନ୍ତି

    ସୀମାହୀନ ଆକାଶରେ

ଇନ୍ଦ୍ରଧନୁର ସେ ସପ୍ତରଙ୍ଗ ଦେଖି

     ପ୍ରାଣ ପୁଲକରେ ଭରେ।


କଳା ବାଦଲଟା ଢାଙ୍କିଦିଏ ଯେବେ

     ବିସ୍ତୃତ ଆକାଶଟାକୁ

ଘଡଘଡି ଡାକେ ବିଜୁଳି ଚମକେ

     ଡାକି ଆଣେ ବରଷାକୁ।


ସୁନୀଳ ଆକାଶେ ଶାରଦୀୟ ଜହ୍ନ

    ବୁଣେ ଶୀତଳ ଜୋଛନା

ସୁପ୍ତ କବି ପ୍ରାଣ ଜାଗ୍ରତ ହୁଅଇ

     କଇଁ ହୁଏ ଆନମନା।


ଟିକି ଟିକି ତାରା କ୍ଷୀଣ ଆଲୋକରେ

   ସଜେଇ ଥାନ୍ତି ଆକାଶ

ଝିଲିମିଲି ତାରା ଶୂନ୍ୟ ଦେହେ ଭରା

   ହରଇ ଜନ ମାନସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍