STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ନୀଳ ଆକାଶ

ନୀଳ ଆକାଶ

1 min
354

ଦେଖିଛ ନା ??

ସେ ନୀଳ ଆକାଶକୁ??

ଯାହା ବକ୍ଷରେ ଅନବରତ ଧାଉଁଛନ୍ତି,

ସେଇ ଅମାନିଆ ବାଦଲ ମାନେ..!!


କେଜାଣି , କଣ୍ ହୁଏ ବେଳେ ବେଳେ

ସେମାନେ ଲୁଚି ଯାନ୍ତି କେଉଁ ଏକ

ମହା ଶକ୍ତିର ପରଶରେ ନୀରୁଦ୍ଦିଷ୍ଟ ହୋଇ,

ପୁଣି କେବେ ରେଳ ଗାଡି ପରି କ୍ଷୀପ୍ର ଗତିରେ,

ଆଗେଇଯାନ୍ତି ନିଜର ଲକ୍ଷ୍ୟ ସ୍ଥଳ କୁ..!!


ଆଉ କେବେ ରଙ୍ଗ ବଦଳାଇ କଳାର କାଳିମା ବୋଳି,

ମେଘ ସହ ଚାଲି ଆସନ୍ତି, 

ନୀଳ ଆକାଶ ବକ୍ଷରେ ନିଜର 

ଉପସ୍ଥିତି ଜାହିର କରିବାକୁ..!!


କେତେ ଯେ ବାଦଲ ଆସି ଚାଲି ଯାନ୍ତି,

ହେଲେ ଠିକଣା କାହାର ଜଣା ନ ଥାଏ,

ଜଣା ଥାଏ କେବଳ ଜଣକ ଠିକଣା,

ସେଇ ସୀମାହିନ ନୀଳ ଆକାଶ ଠିକଣା,..!!


ଠିକ୍ ମୁଣ୍ଡ ଟେକି ଚାହିଁଲେ,

ଆକାଶ ଯୋଉଠି ଥିଲା ,

ଆମ ଆଖି ଦୁଇଟି ସେଇଠି ତାକୁ ପାଏ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍