STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ନଈ

ନଈ

1 min
196

           


କଳ କଳ ନାଦେ   ଛଳ ଛଳ ହୋଇ    ଛଇଳୀ ଛଇଳା ନଈ

ଝର ଝର ଝରି ଝରି ଯାଉଅଛି  କେତେ ଜନପଦ ଛୁଇଁ  

କାଚ କେନ୍ଦୁ ସ୍ଵଚ୍ଛ ନୀଳ ଜଳରାଶି  କି ଅବା ନୀଳ ଦର୍ପଣ  

ମୃଗାଙ୍କ, ମିହିର ସେ ନୀଳ ଦର୍ପଣେ  ହେଉଥାନ୍ତି ପ୍ରସାଧନ

ବିଚିତ୍ର ସୃଷ୍ଟିରେ ସରଜି ଦେଇଛ ୟେ‌ ଗଙ୍ଗା,ଗୟା ଗୋଦାବରୀ

କଳ କଳ ନାଦେ  ଛଳ ଛଳ ହୋଇ… ।।


କେତେ ଗିରି,ଦରୀ, ପ୍ରାନ୍ତର,କାନନ  କ୍ଷଣେ ନଈ କ୍ଷେପି ଆସେ

ନଦୀ ଧାରେ କେତେ ରମ୍ୟ ମହୀରୁହ ଆହା କି ସୁନ୍ଦର ଦିଶେ  

ଅଙ୍କାବଙ୍କା ହୋଇ  ଦୁଇ କୂଳ ଖାଇ  ଅଧୀରେ ଆବେଗେ ନଈ 

ଦୁର୍ଗମ ବନ୍ଧୁର   ପଥ ଅତିକ୍ରମେ   ସ୍ଵଚ୍ଛ ନିର ଅଙ୍ଗେ ବହି

ସମାଜ ପାଇଁ ୟେ  ପ୍ରକୃତିର ଦାନ  ସର୍ଜନା କରିଛି ବିହି

କଳ କଳ ନାଦେ  ଛଳ ଛଳ ହୋଇ… ।।


ସାଗରେ ମିଶିବା ପାଇଁ ନଈ କେତ   ଚଳ ଚଞ୍ଚଳ ତା ଗତି

ମହାମିଳନର  ଆକୁଳ ଆବେଗେ ଫୁଲି ଉଠେ ଯଥା ଛାତି  

ନହୁଲୀ କିଶୋରୀ ଅନୁଢା କୁଆଁରୀ  ମିଳନ ପିପାଶା ଆଶା

ପୁରଣ ହୁଅଇ  ଯେମିତି ମିଶିଲେ  ଭୁଲିଯାଏ ନିଜ ଭାଷା

ସେମିତି ବିହ୍ଵଳେ  ଉତ୍କଣ୍ଠିତ ଚିତ୍ତେ  ସତେ କି ଧାଉଁଛି ସେହି

କଳ କଳ ନାଦେ  ଛଳ ଛଳ ହୋଇ… ।।


ପାହାନ୍ତି ପ୍ରହର କୁଆଁତାରା ଯେହ୍ନେ ମିଶେ ପ୍ରଭାକର କରେ

ଚପଳା ଚଞ୍ଚଳେ ମିଶିଯାଏ ଯଥା   ଅମ୍ଵୁଦ ଗହଳ ମେଳେ  

ବେଗବତୀ ନଦୀ  ମିଶିଯିବ ତଥା  ତେମନ୍ତେ ଅବା ଆତୁର   

ନାହିଁ ତ ଶୋଚନା ନିଜର ଅସ୍ତିତ୍ଵ   ହଜାଇ ଦେବ ସାଗର  

ମିଳନ ଆଶାର  ଆକୁଳେ ପ୍ରବାହେ  ଜୀବନ ସଙ୍ଗୀତ ଗାଇ

କଳ କଳ ନାଦେ  ଛଳ ଛଳ ହୋଇ… ।।


ଏହି ଏ ସଂସାର ମିଳନ ଆତୁର   ଜୀବ, ପରମ ବନ୍ଧନ

ଜୀବାତ୍ମା ଅସ୍ତିତ୍ୱ ଭୁଲେ ଲଭି ଯେହ୍ନେ  ପୂଣ୍ୟ ନିରାକାର ବ୍ରହ୍ମ   

ନଦୀ ବେଗବତୀ ଜୀବର ଜୀବନେ  ଆଦର୍ଶ ଜୀବନ୍ତ ଭାଷା

ପ୍ରଭାବିତ କରେ ସଂସାରେ ମଣିଷେ ଦେଇ ଥାଏ ମହାଶିକ୍ଷା

ଏହା ଅନବଦ୍ୟ  ମହୀରେ ବିଚିତ୍ର  ଅନନ୍ୟ ସର୍ଜନା ନଈ

କଳ କଳ ନାଦେ  ଛଳ ଛଳ ହୋଇ… ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍