STORYMIRROR

Suresh chandra Padhy

Others

3  

Suresh chandra Padhy

Others

ନଈ

ନଈ

1 min
278

ମନେ ପଡେ ଆମ ଗାଆଁ ନଈ କଥା

ଦେଖି ପାରୁନାହିଁ ଲାଗେ ମନେ ବ୍ୟଥା

ନଈ କାହିଁ କେଉଁ କାଳୁ ବହି ଯାଉଛି

ସୁଦୂର ଝରଣାରୁ ଝରି ଆସିଛି

ଆମ ଗାଆଁ ନଈ ରହିଛି ସାକ୍ଷୀ ହୋଇ ଆମର

ଦେଖିଛି କେତେ ଦୁଃଖ ସୁଖ ଦ୍ରଷ୍ଟା ହୋଇ ଆମର

ନଈ କୂଳ ପରିବେଶ ଲାଗେ ଭାରି ସୁନ୍ଦର

ପାହାଡ଼ ବୃକ୍ଷ ପାଶେ ରହି କରୁଛି ମନୋହର

ଅଙ୍କା ବଙ୍କା ହୋଇ ବହି ଯାଇଛି ସେ ଆଗକୁ

ତାର ଶୀତଳ ଜଳ ପବିତ୍ର କରେ ଦେହ ମନକୁ

ସେଇ ନଈ କୂଳେ ନାରୀ ମାନେ କାର୍ତ୍ତିକ ମାସେ ବାଲୁକା ପୂଜନ୍ତି

ମାସକ ଯାକ ଧର୍ମ ସେଠି ପାଳନ କରନ୍ତି

ବର୍ଷା ଦିନେ ନାଉରିଆ ଭାଇ ନାଆ ପକାଏ

ନଈ ସେ ପାରିକୁ ପାରି କରାଇ ଦିଏ

ପାର୍ବଣ ଋତୁରେ ଦେବା ଦେବୀ ସେଠି ବିସର୍ଜନ ହୁଅନ୍ତି

ଆଶ୍ଵିନ ମାସେ ଲୋକେ ସେହି ସ୍ଥାନେ

ପିଣ୍ଡ ଭସାନ୍ତି

ଆମ ଗାଆଁ ନଈରେ କେବେ ବନ୍ୟା ଆସି କରିନି କ୍ଷତି

ଆମ ଗାଆଁ ନଈ ଆମର ପ୍ରାକୃତିକ ସମ୍ପତ୍ତି



Rate this content
Log in