STORYMIRROR

Pinku Ranbida

Others

3  

Pinku Ranbida

Others

ନଈ

ନଈ

1 min
184

ଆମ ଗାଁ ପାଖରେ ନଈ ଯାଉଛି ବୋହି

  ସତେ ପାଣିରେ ସୁନା ଭାସୁଛି,

କୃଷକ ଭାଇର ମନ ଭିତରେ ଯେମିତି

   ମୁହଁରେ ହସ ଭରିଦେଇଛି l


ବାର ମାସ ଶସ୍ୟ ସାମଲା ସବୁଜ ରଙ୍ଗରେ

    ବିଲ ଗୁଡାକ ଝଲସୁଛି,

ନାନା ପ୍ରକାର ପନିପରିବା, ଧାନଖେତ

   ମନକୁ ମୋହି ନେଉଛି l


ଗାଁ ପାଖ ଚାରିଦିଗ ସୌନ୍ଦର୍ଯ୍ୟରେ ପରିପୂର୍ଣ

    ଗଛ, ଲତା ପାହାଡ଼ରେ,

ଚଷା ପୁଅ ଚାଷ କରୁଅଛି ସବୁଦିନ 

    ଖରା, ବର୍ଷା, ଶୀତରେ l


ନାନା ପ୍ରକାର ପଶୁ ପକ୍ଷୀ ଗୀତ ଗାଉଛନ୍ତୁ 

  ନଈ ପାଣିର ତାଳେ ତାଳେ,

ହସଖୁସିରେ ପରିବାର ଚାଲୁଛି ସମସ୍ତଙ୍କର

     ସାଙ୍ଗ, ସାଥି ମେଳେ l


ସତେ ଯେମିତି ନଈ ପାଣି ସୁନାରେ ତିଆରି

   ଆମ ଗାଁ'କୁ ବୋହି ଆସିଛି,

ଗାଁ'ର ସମସ୍ତ ପରିବାରଙ୍କ କାନେ କାନେ

  ମତେ ଉପଯୋଗକର କହୁଛି l 



Rate this content
Log in