ନଈ ଓ ମଣିଷ
ନଈ ଓ ମଣିଷ
1 min
166
ଜୀବନ ଯୌବନ କ୍ଷୀଣ
ସମସ୍ତେ ଜାଣନ୍ତି
ଜୀବନର ଚଲାପଥ
ଅଙ୍କାବଙ୍କା ନଈଟିଏ ପରି
ଭେଦକରି ବନ୍ଧୁରିଆ ପଥ
ମିଶିବାକୁ ସଦା ତତ୍ପର
ମହୋଦଧି ସହିତ.....
କିନ୍ତୁ ଜୀବନ ଜୀଉଁଥିବା
ଏ ମୂଢ ମାନବ
ସଦା ଛଟପଟ
ମାୟା ମୋହ ଲୋଭ ହିଂସା
ପର ଅନିଷ୍ଟ ଚିନ୍ତାରେ
କିପରି ଅନ୍ୟକୁ ପକାଇବ
ଖାଲ ଖମଣାରେ.....
ଭଲା ତ ଲଭନ୍ତା ଶିକ୍ଷା ନଈଠାରୁ
ଯେପରି ସଦା ଧାବମାନ ସେ
ଅଟକାଇବାକୁ ଚେଷ୍ଟା କଲେ ବି
ରକ୍ଷା କରେ ନିମ୍ନଗାମୀ
ଧର୍ମକୁ ତାହାର......
ପାଇବାକୁ ପରମ ତୃପ୍ତି
ତଲ୍ଲୀନ ହେବାକୁ ମହୋଦଧିରେ
ହେ ବିଶ୍ୱନିୟନ୍ତା ସଦା ଦିଅ
ସଦଜ୍ଞାନ ମତି ରହୁ ତବ
ଚରଣାବିନ୍ଦରେ.....
