STORYMIRROR

Pradipta Kumar Behera

Others

3  

Pradipta Kumar Behera

Others

ନଈ ଓ ମଣିଷ

ନଈ ଓ ମଣିଷ

1 min
164


ଜୀବନ ଯୌବନ କ୍ଷୀଣ

ସମସ୍ତେ ଜାଣନ୍ତି

ଜୀବନର ଚଲାପଥ

ଅଙ୍କାବଙ୍କା ନଈଟିଏ ପରି

ଭେଦକରି ବନ୍ଧୁରିଆ ପଥ

ମିଶିବାକୁ ସଦା ତତ୍ପର

ମହୋଦଧି ସହିତ.....


କିନ୍ତୁ ଜୀବନ ଜୀଉଁଥିବା

ଏ ମୂଢ ମାନବ

ସଦା ଛଟପଟ

ମାୟା ମୋହ ଲୋଭ ହିଂସା

ପର ଅନିଷ୍ଟ ଚିନ୍ତାରେ 

କିପରି ଅନ୍ୟକୁ ପକାଇବ

ଖାଲ ଖମଣାରେ.....


ଭଲା ତ ଲଭନ୍ତା ଶିକ୍ଷା ନଈଠାରୁ

ଯେପରି ସଦା ଧାବମାନ ସେ

ଅଟକାଇବାକୁ ଚେଷ୍ଟା କଲେ ବି

ରକ୍ଷା କରେ ନିମ୍ନଗାମୀ

ଧର୍ମକୁ ତାହାର......


ପାଇବାକୁ ପରମ ତୃପ୍ତି

ତଲ୍ଲୀନ ହେବାକୁ ମହୋଦଧିରେ

ହେ ବିଶ୍ୱନିୟନ୍ତା ସଦା ଦିଅ

ସଦଜ୍ଞାନ ମତି ରହୁ ତବ

ଚରଣାବିନ୍ଦରେ.....

       

     


Rate this content
Log in