STORYMIRROR

Ghanashyam Biswal

Others

4  

Ghanashyam Biswal

Others

ନିଃସର୍ତ୍ତ

ନିଃସର୍ତ୍ତ

1 min
430

ଦେବ କି ମନ

ମନ ନେଇ

ସ୍ୱାର୍ଥ ନ ଥାଇ

କି ସର୍ତ୍ତ ବି ନ ଥାଇ

ବାଣ୍ଟିବ ଦରଦୀ ବାରତା

ବିନା ଆଶାରେ

ପୁଣି କହିବ ମଧୁର କଥା

ନିଷ୍କପଟ ମନରେ

ଆଉ ହୃଦୟରେ

ଚାଲିବ ହାତ ଧରି

ଜୀବନ ସାରା ବିନା ପ୍ରତ୍ୟାଶାରେ

ସହିବ କି କଷ୍ଟ

ଆଉ ପାଇବ ଭଲ

କରି ସଭିଙ୍କୁ ନିଜର

ବିନା ଦ୍ବିଧାରେ ଆଉ

ସ୍ୱଚ୍ଛ ମନରେ

ଦେଖିବନି ଦେହର ରଙ୍ଗ

କି ମାପିବ ନାହିଁ

ଧନୀ ଆଉ ଗରିବ ନିରୀହ ଜୀବନ

ତୁମ ମନର ତରାଜୁରେ

କରିବ କି ଦାନ

ଖଣ୍ଡିଏ କନା ଗରିବକୁ

ବିନା ଲୋଭେ

ଆଉ ନିଃସର୍ତ୍ତରେ

ଦେବ କି ମୁଠାଏ ଭାତ

ଭୋକିଲାକୁ

ନିର୍ଦ୍ୱନ୍ଦରେ

ବିନା ଆଶାରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍