STORYMIRROR

Bunee Tripathy

Others

4  

Bunee Tripathy

Others

ନିଃସଙ୍ଗତା

ନିଃସଙ୍ଗତା

1 min
581

ନିଃସଙ୍ଗ ଜୀବନ

ଲାଗେ ଭାରି ବୋଧଗମ୍ଯ

ଚାରିପାଖ ଖାଁ ଖାଁ

ଝିଙ୍କାରିର ଝିଁ ଝିଁ ଶବ୍ଦ

ବଞ୍ଚିବାକୁ ହୁଏ ତା'ରି ଭିତରେ

ଅଣନିଶ୍ବାସି ହେଉଥିବା

ଜହ୍ନଟା ବି

ନିଜ ନିଃସଙ୍ଗତାକୁ ନେଇ

ବିସଣ୍ଣ ହୋଇଯାଏ ।

ଜୀବନର ମାନେ

ଅଧାଲିଭା ଅକ୍ଷର ତଳେ

ଚାପି ହୋଇ ରହିଯାଏ।


ରୁଦ୍ଧ କୋଠରୀ ଭିତରେ

ଅଣନିଶ୍ବାସି ହୋଇପଡୁଥିବା

ଜୀବଟିଏ ପରି

କେବଳ ବଞ୍ଚି ଚାଲିଛି

ମୋ ଖୁସିରେ କେହି 

ଆତ୍ମହରା ହୁଏନି

କି ଦୁଃଖରେ ବୋହିଯାଉଥିବା

ଅଶୃକୁ କେହି ପୋଛିଦିଏନି।

ଚର୍ତୁଦ୍ଦିଗ ପାଣି ଆଉ ପାଣି

ମୁଁ କିନ୍ତୁ ଦି ପାଦ ଭୂମି ଉପରେ

ଠିଆ ହୋଇ ରହିଛି

ସେହି ଆଗାମୀ କାଲିର ଆଶାରେ ।


ନିଃସଙ୍ଗତାର ପରଧି ଭିତରେ

ମୁଁ ଆବଦ୍ଧ

ବାମନ ରୁପି ଭଗବାନ ପରି

ଦୁଇପାଦ ଭୂମିରେ........

ନିଜକୁ ମହାମାନବ ବୋଲାଉଛି।

ଯନ୍ତ୍ରଣା ଦାୟକ ଜୀବନରେ

ନିଃସଙ୍ଗତାର ଚାବୁକ ପ୍ରହାରରେ

କ୍ଷତବିକ୍ଷତ ଲହୁଲୁହାଣ ହୋଇ

ଚିତ୍କାର କଲେ ବି

ଶୁଣିବାକୁ ନଥିବେ ତ କେହି ।

କେବଳ ପ୍ରତିଧ୍ବନିତ ହୋଇ

ଫେରିଆସିବ ତୁମରି ପାଖକୁ।


ରାତ୍ରୀର କିଟିମିଟି

ଅନ୍ଧାର ତଳେ

ନିଜକୁ ଖୋଜିବାକୁ

ଭାରି ଇଚ୍ଛାହୁଏ ।

ଲମ୍ବା ଲମ୍ବା ଇକୁଲିପଟାସ

ଗଛ ଭିତରେ ନିଜକୁ ନିଜେ

ଦଉଡି ଦଉଡି ଧରିବାକୁ ଯାଇ

ଉପହାସର ପାତ୍ରୀ ହୁଏ

"ଖସି ପାରିବୁନି

ମୋ ଫାସରୁ

ମୁଁ ପରା ନିଃସଙ୍ଗତା

ତୋ ସାଥେ ରହିଅଛି

ଅବିରତ....ଅବିରତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍