STORYMIRROR

Jagannath Barik

Others

3  

Jagannath Barik

Others

ନିଦାଘ ପଞ୍ଚକ

ନିଦାଘ ପଞ୍ଚକ

1 min
195

ବିଷମ ଗ୍ରୀଷମ କାଳ ଆଗମ

ଗମ ଗମ ବହେ ଅଙ୍ଗରୁ ଘର୍ମ

ଘର୍ମରୁ ଚର୍ମଜ ଘମିର ଜାତ 

ଜାତବେଦ ସମ ରୌଦ୍ର ବିଘାତ

ଘାତ ଅଂଶୁ ଭୟଙ୍କର

କରମ ସାଧନ ଜୀବିକା ଅର୍ଜନ ହୋଇଯାଏ କଷ୍ଟକର ।(1)

କରମାଳୀ କର ଖରୁ ପ୍ରଖର 

ଖରତର ଦିବା ମଧ୍ୟଭାଗର

ଗର ସମ ବୋଧ ତପ୍ତ ଅନିଳ

ନୀଳ ନୀର ବେଣୀ ଦିଶେ ଛବିଳ

ଵିଳସଇ ମୃଗତୃଷ୍ଣା

ତୃଷାତୁର ପାନ୍ଥ ମନେ ଜଳ ଭ୍ରାନ୍ତ ଧାଇଁ ଲଭଇ ବିତୃଷ୍ଣା ।(2)

ତୃଷ୍ଣାର୍ତ୍ତ ପୀଡ଼ିତ ଜୀବ ଜଗତ

ଗତ ମଧୁମୟ ଚାରୁ ବସନ୍ତ

ସତତ ଦାବାଗ୍ନି ପରିଲକ୍ଷିତ

କ୍ଷିତି ଜଳସ୍ତର ହୁଏ ପତିତ

ତିକ୍ତ ରୁକ୍ଷ ପରିସର

ସରସ ପ୍ରତୀତ ପ୍ରାତଃ ସାୟଂ ବାତ କ୍ଳେଶହାରୀ ମନୋହର ।(3)

ହରଇ ମାନସ ସାବିତ୍ରୀ ରଜ

ରଜରେ କୁମାରୀଗଣଙ୍କ ସଜ

ସଜଫୁଟା ମଲ୍ଲୀ ଶେଫାଳି ହାସ

ବାସନ୍ତୀ ମାଳତୀ ଟଗର ବାସ

ବାସବହେ ଉଦ୍ଭାସିତ

ସିତାଂଶୁ ଖରାଂଶୁ ପ୍ରିୟା ସରୋବରେ କ୍ଷୀଣହାସେ ବିକଶିତ ।(4)

ଶୀତଳ ଷଷ୍ଠୀ ପରବରେ ସାର

ଶାରଦା କପର୍ଦ୍ଦି ବିଭାଭିସାର

ସାରସେ ଚାପରେ ମଧୁସୂଦନ

ଧନଦେବୀ ସହ କଲେ ଦର୍ଶନ

ସନମାନେ ମୋକ୍ଷ ଗତି 

ଗତି ଅର୍ଥେ ଜଗା ନିଦାଘ ପଞ୍ଚକ ବିରଚନେ ରଖେ ମତି ।(5)



Rate this content
Log in