Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

prajna paramita

Others

3  

prajna paramita

Others

ନିଦାଘ ଗ୍ରୀଷ୍ମ

ନିଦାଘ ଗ୍ରୀଷ୍ମ

1 min
7.1K


ଚତୁର୍ଦିଗେ ଖେଳେ ସାହାରା ମରୁର

ନିଦାଘ ଗ୍ରୀଷ୍ମର ଖରା,

ବାଲୁକାର ଶଯ୍ୟା ଯେହ୍ନେ ଉପବିଷ୍ଟ

ଗ୍ରୀଷ୍ମରେ ଡ଼ହକେ ଧରା ।

 ପ୍ରଚଣ୍ଡ ରୌଦ୍ରର ନୟନର ଭାଷା

ବିଚଳିତ କରି ମାରେ,

ଶ୍ୟାମ ଭବିଷ୍ୟତ ଦୃଷ୍ଟିର ଆଭାସେ

ଦାରୁଣ ଚିନ୍ତାରେ ଘାରେ ।

 ଦୃଶ୍ୟ ହୁଏ ନାହିଁ ସବୁଜ ବନାନୀ

ହୁଏ ନାହିଁ ବର୍ଷା ଶୀତ,

ହଜିଯାଏ ଆଜି କୃଷ୍ଣଚୂଡା ରଙ୍ଗ

ଅତୀତ କୋଇଲି ଗୀତ ।

 ତଟିନୀ ଉଜାଣି ବହେ ଥିରି ଥିରି

ଅଦିନିଆ ମେଘ ହୁଏ,

ଉଷ୍ମର ପ୍ରଭାବେ ବରଫ ତରଳି

ସାମୁଦ୍ରିକ ଝଡ ବହେ ।

 କ୍ଲାନ୍ତ ପଥିକଟେ ସାଜେ ଆଜି ବୃକ୍ଷ

ସଂଘର୍ଷ ବଞ୍ଚିବା ପାଇଁ,

ବେଦନାସିକ୍ତ ଜୀବନକୁ ଜୀଏଁ

ମଣିଷକୁ ସୁଖ ଦେଇ ।


Rate this content
Log in