STORYMIRROR

Geetanjali Prusty

Others

3  

Geetanjali Prusty

Others

ନିଦାଘ ଆସିଛି

ନିଦାଘ ଆସିଛି

1 min
193


ବସନ୍ତର ଅନ୍ତେ ଆସିଛି ନିଦାଘ

ଝାଞ୍ଜି ପବନ ନେଇ

ବେସୁରା ହେଲାଣି ତପ୍ତ ଧରଣୀ

ଗ୍ରୀଷ୍ମର ପ୍ରକୋପ ସହି ll


ଅଂଶୁଘାତର କରାଳ ସ୍ପର୍ଶରେ

କିଏବା ପଡୁଛି ଟଳି

ପ୍ରବଳ ତାପରେ କେତେବା ସମ୍ପତ୍ତି

କେଉଁଠି ଯାଉଛି ଜଳି ll


ବାଟୋଇ ବାପୁଡ଼ା ଅସହ୍ୟ ତାତିରେ

ଯାଏ ପଥ ଅତିକ୍ରମି

ଗମ ଗମ ଝାଳ ବହିପଡ଼େ ତାର

ମଥା ତାର ଯାଏ ଭ୍ରମି ll


ମନ ଖୋଜୁଥାଏ ସୁଶୀତଳ ଛାୟା

ଶୀତଳ ବାଆର ସ୍ପର୍ଶ

ଅସ୍ତଗାମୀ ରବି କିରଣ ପରଶେ

ମୁଖେ ଖେଳିଯାଏ ହସ ll


ପ୍ରବଳ ନିଦାଘ ଶୋଷି ନିଏ ଜଳ

ଶୁଷ୍କ ଧରିତ୍ରୀ ରାଣୀ

ପ୍ରାଣୀ ଜଗତଟି ତୃଷା ନିବାରଣେ

ଖୋଜି ଥାନ୍ତି ଟିକେ ପାଣି ll


ତଥାପି ଜଳର ଉତ୍ସ ଏ ନିଦାଘ

ପ୍ରକୃତିର ଆଶୀର୍ବାଦ

ନିଦାଘ ଶେଷରେ ବରଷା ଆସଇ

ଚପଳା କରଇ ଶବ୍ଦ ll


ଶୀତଳ ଜଳରେ ଭିଜାଏ ଧରଣୀ

ମେଣ୍ଟାଏ ସବୁରି ତୃଷା

ଏହି ପରି ସଦା ଯିବା ଓ ଆସିବା

ଲାଗି ଥାଏ ଖରା ବର୍ଷା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍