STORYMIRROR

Santanu kumar Meher

Others

3  

Santanu kumar Meher

Others

ନିଦ ଭାଙ୍ଗିଦିଅ

ନିଦ ଭାଙ୍ଗିଦିଅ

1 min
546


ତମେ ଆସିଥିଲ,

ସଯ ଫୁଲ ଫୁଟି

ସକାଳର ସୂର୍ଯ୍ୟାଲୋକରେ ।

କେତେ ଆଶାର ସପନେ,

ରଙ୍ଗ ବୁଣି -

ସବୁଜ ସଂଜ ଶେଯରେ ।।୧।।

ନୀଳ ଆକାଶର

ନୀଳିମା ତମେ ଯେ,

ନିର୍ମଳ ଜଳର ଛାଇରେ ।

ବିଭୋର କରୁଛ-

ତାରା ମେଳେ ନୀତି

ଜ୍ୟୋସ୍ନାର ଆଲୋକରେ ।।୨।।


ଲାଜ ମଖା ଢେଉ

ଗରଜି ଉଠିଲେ,

ହସ ହଜିଯାଏ-

ମୁହଁ ଲୁଚିଯାଏ ।

ଭସା ବାଦଲର

ଅନ୍ଧାରି ଭାବର ନଈରେ ।।୩।।


ପୁଣି ଫେରି ଆସ,

ନିରୋଳା ରାତିର-

ନିଶବ୍ଧ ଜହ୍ନରେ ।

ପାଦରେ ଘୁଙ୍ଗୁର ପିନ୍ଧି,

ଛମ ଛମ-ନାନାଦି ଶବ୍ଦରେ,

ନିଦ ଭାଙ୍ଗିଦିଅ-

କେତେ ଯେ;

ମୋ ନିଦୁଆ ଆଖିରେ ।।୪।।

****

କବି-ଶାନ୍ତନୁ କୁମାର ମେହେର

(ଅଧ୍ୟାପକ ) ୯୪୩୭୧୬୦୦୬୫


Rate this content
Log in