STORYMIRROR

p s priyanka panda

Others

3  

p s priyanka panda

Others

ନିବୁଜ କୋଠରୀ

ନିବୁଜ କୋଠରୀ

1 min
218

ସମୟର କାଳଚକ୍ରେ ବାଟଭୁଲି 

          ଏ ନିଃସଙ୍ଗ ମଣିଷ

ଆସିଥିଲା କର୍ମସାରି ବାଟ ତା'ର 

          ହୋଇଥିଲା ଶେଷ।


କୋଠରୀ'ର କାଳଗର୍ଭେ ରହିଥିଲା

           ସବୁ ଅବଶୋଷ।

ତୃଷ୍ଣା ମେଣ୍ଟାଇବା'ର ଶତ ଚେଷ୍ଟା 

    କରି ମଧ୍ୟ ହୋଇଥିଲା ପରାସ୍ତ।


  ଜଳଟିକେ ପାଇବାକୁ 

 ଚର୍ତୁଃପାର୍ଶ୍ବେ ଖେଳିଥିଲା ହାହାକାର।

 ରକ୍ତ,ମାଂସ,ହାଡ ଚୁରମାର କରି

 ନିଜକୁ ସେ କରିଥିଲା ନାରଖାର।


  ବନ୍ଦ କୋଠରୀରେ ପୁଣି 

  ଖୋଜିଥିଲା ନିଜର ଅସ୍ତିତ୍ବ।

ପ୍ରାପ୍ତକଲା ଲୁହ,କୋହ,ଯନ୍ତ୍ରଣା 

  ତନ୍ମଧ୍ୟେ ମିଠାମିଠା କ୍ଳେଶ।


  କୋଠରୀ ଭିତରେ ସତେ

 ଧ୍ବଂସ'ର ଇଏ କି ତାଣ୍ଡବ।

 ଉତ୍କଟ ଚିତ୍କାରେ କଲା ସେ 

  ଅନ୍ତହୀନ ତୃଷ୍ଣାକୁ ଲାଘବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍