STORYMIRROR

p s priyanka panda

Others

3  

p s priyanka panda

Others

କାହ୍ନା ପ୍ରତି

କାହ୍ନା ପ୍ରତି

1 min
214

ରେ କାହ୍ନା

   ଜୋତ୍ସ୍ନା ପୂରିତ ଏ ସଂନ୍ଧ୍ୟାରେ 

   ମନ ମୋର ହୁଏ ଆନମନା

   ହୃଦୟରେ ଉଙ୍କିମାରେ 

   ତୋର ମିଠା ସେ ମୁରଲି ସ୍ବନ।

   ଚନ୍ଦ୍ର ତା' ରୂପେଲି କିରଣେ

   ଚୁମେ ତୋ ଚରଣ ଯୁଗଳ।

   ପୁଷ୍ପରାଜି ପ୍ରସ୍ଫୁଟିତ ହୋଇ

   ସାଦରେ ନମନ୍ତି ପୟର।

ରେ କାହ୍ନା

     ଏ ପୃଥିବୀ ସୂର୍ଯ୍ୟ ତାରା

    ଗ୍ରହ ରାଜି ସବୁ ତୋର ସୃଷ୍ଟି।

      ତୋ ପାଦେ ପ୍ରଣାମ କରି

 ମସ୍ତକେ ଲଗାଏ ତୋ ଚରଣ ମାଟି।

      ତୋ କରୁଣା ସିନ୍ଧୁରୁ ତୁ

    ବିନ୍ଦୁଏ ମୋତେ କୃପା କରି,

    ଏ ମୋହ ମାୟା ସଂସାରେ 

   କରେଇଦେ ମୋ ନାବ କୁ ପାରି।ରେ କାହ୍ନା

     ଜାଣେନା ମୁଁ କେଉଁ ଜନ୍ମ

     କୃତ କର୍ମଫଳ ପାଇଁ

   ଏ ଧରାରେ ନେଲି ଜନମ

  ଏ ଗହୀର କଥା ତୁହି ଏକା ଜାଣୁ

    ପ୍ରଭୁ ଘେନ ମୋ ପ୍ରଣାମ।

 ମାୟା ବନ୍ଧନରେ ଛନ୍ଦି ହୋଇ ମୁଁ ଯେ

   ନାନା ଦୁଃଖ ଭୋଗ କରେ। 

    ତୋ' ବିନା କେ ନାହିଁ 

      ବୁଝିବ ମୋ ଦୁଃଖ

    ନେବ ଏ କଷଣୁ ଦୂରେ।

ରେ କାହ୍ନା

     କେହି ନ ବୁଝିଲେ 

     ତୋ ପରଶ ଦେଇ

  ମୋତେ ତୁ କୋଳେଇ ନେବୁ

  ତୁଚ୍ଛ ହେଲେ ବି ମୁଁ ତୋରି ସନ୍ତାନ

   ଏ କଥା ପାଶୋରି ନ ଯିବୁ।

 ମୋର ଏ ଜୀବନ ନ ହେବ ଅସାର

     ଚିର ଦିନ ବାସୁଥିବି।

  ଜନମାନସରେ ପ୍ରତି ହୃଦୟରେ

    ଆନନ୍ଦ ମୁଁ ଯେ ଭରିବି।

ରେ କାହ୍ନା

  ମୋ ଜୀବନ ଦୀପ ଲିଭେଇ ଦେ'ତୁ

  ତୋ ପାଖରେ ଜଳୁଥିବି।

 ଧନ,ରତ୍ନ,ଜନ ଲୋଡା ନାହିଁ କିଛି

  ତୋ'ସେବା ନିତି କରିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍