STORYMIRROR

p s priyanka panda

Others

3  

p s priyanka panda

Others

ମାତା ଆଗମନେ....

ମାତା ଆଗମନେ....

1 min
151


ଚର୍ତୁଃଦିଗ ବୀଣୀ ସ୍ବନେ

    ମୁଖରିତ ହୋଇଉଠେ

ଆସ୍ୟେ ହାସ୍ୟ ଭରି ପଦ୍ମ

     ସରସୀରେ ଖେଳି ଫୁଟେ।

ଝରଣା ଯେ ନିର୍ଝରିଣେ 

     ସ୍ବତଃସ୍ପୃତ ଯାଏ ବହି

ପୁଷ୍ପରାଜି ଖେଳିଉଠେ 

     ଚର୍ତୁଃଦିଗ ମହକାଇ।

ସଭିଁଏ ଚଳଚଞ୍ଚଳ 

      ସର୍ବେ ଆଜି ପୁଲକିତ।

ବ୍ରାହ୍ମୀ ମା'ଙ୍କ ଆଗମନେ

      ମୁଖରିତ ଏ ଜଗତ।

ହଂସ ଧିରେ ଆସି ଚୁମେ

     ମାତାଙ୍କ'ର ପାଦ ପଦ୍ମ

ଭକ୍ତିପୁତ ପୁଷ୍ପାଞ୍ଜଳୀ ଦେଇ

      ସର୍ବେ ଜଣାନ୍ତି ପ୍ରଣାମ।

ଆବେଗ ଉତ୍କଣ୍ଠା ଭରି

      ହୃଦୟେ ଆନନ୍ଦ ଭରି,

ସେବନ୍ତି ମାତାଙ୍କୁ ଆଜି

       ସାଦରେ ଭକତି କରି।

ପ୍ରଣାମ ପ୍ରଣାମ ମାତା

        ବିଦ୍ୟା ଦାତ୍ରୀ ବୀଣାପାଣି

ଆଶ୍ରା ଦେଇ ତୋ ପଣତେ

      ଆଶିଷ ଦେ'ତୁ ଭରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍