STORYMIRROR

p s priyanka panda

Others

3  

p s priyanka panda

Others

ଆଜିବି ମନେପଡେ

ଆଜିବି ମନେପଡେ

1 min
213


ବାସର ଅନ୍ତେ ଦିନାନ୍ତ ଆଗମନେ

ଦିବାକର ହାସ୍ୟ ବଦନେ

   ନେଲେ ବିଦାୟ ।

ନିଶାମଣି ହସିହସି

ଜ୍ୟୋତିଷ୍କ ଗଣ ସାଥେ ମିଶି

ଅନ୍ତରୀକ୍ଷେ କଲେ ଅବତରଣ।

କ୍ଷଣପ୍ରଭା ର ଚମକ

କାଦମ୍ବିନୀ ମୁକ୍ତାଟୋପା

ଅମ୍ବରୁ ପଡୁଥିଲା ଝରି।

ନଭଃଚର କଲେ ବସାକୁ ଗମନ

ଧେନୁପଲ କଲେ ଗୋଗୋଷ୍ଠ କୁ ଆଗମନ

କୃଷକ ଫେରିଲେ କ୍ଷେତ୍ରେ ପରିଶ୍ରମ କରି

କ୍ଷେତ ଦେଖି ଆସ୍ୟେ ଆହ୍ଲାଦିତ ଭରି।

ଚନ୍ଦ୍ରାଲୋକ ବିଚ୍ଛୁରିତ ହୋଇ

ପବମାନ ମୃଦୁ ବହି

ପୃଥ୍ବୀ ହୋଇ ଉଠୁଥିଲା ଶୋଭାବନ୍ତ ।

ମୃତ୍ତିକା ର ବାସ ହୋଇ ସୁଗନ୍ଧିତ

ପୁଷ୍ପରାଜି ଧିରେ ହେଲେ ପ୍ରସ୍ଫୁଟିତ ।

ଝିଙ୍କାରି ର ତାନେ

କୋଇଲି ର କୁହୁ ସ୍ବନେ

ନିଶାରାଣୀ କଲେ ଅବତରଣ ।

ଦିନାନ୍ତ ର ଏହି ପ୍ରକୃଷ୍ଟ ସମୟେ

ନାଉରୀ ନୌକାକୁ ବାହି ନେଲା ଧିରେ।

ହିଲ୍ଲୋଳ ଯାଏ ଜଳେ ଭାସମାନ ହୋଇ 

ନାଉରୀ ମନରେ ପୁଲକିତ ଭରି

ସ୍ରୋତସ୍ବିନୀ ଜଳେ ନୌକା ନେଲା ବାହି ।

ସ୍ରୋତସ୍ବିନୀ ଜଳ ଚନ୍ଦ୍ରାଲୋକ ର ଚମକେ

ହୋଇ ଉଠୁଥିଲା ଚମକିତ ।

ପବନ ର ତାନେ ନଭଃଚର ଗାନେ

ଚିତ୍ତ ହେଲା ପ୍ରଫୁଲ୍ଲିତ ।

କାଦମ୍ବିନୀ ଜଳେ ଭିଜିଥିଲା କାନ୍ତି

ପବନ ର ଧିର ଗତି କରି ମନ ପରିତୁଷ୍ଟ

ହୋଇଥିଲା ସେଦିନ ସଂନ୍ଧ୍ୟାର ଅନ୍ତ ।

ସରିଛି ସେ ଦିନ

ଅଛି ତାର ସ୍ମୃତି

ରହିଛି ଖାଲି ତା ମିଠା ଅନୁଭୂତି ।

ଆଜିବି ମନେ ପଡେ ସେହି ସନ୍ଧ୍ୟା

କି ମଧୁର ଆହା କେଡେ ମନଲୋଭା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍