STORYMIRROR

p s priyanka panda

Others

3  

p s priyanka panda

Others

ଜୀବନ ପଥ

ଜୀବନ ପଥ

1 min
204


ଜୀବନ ଏମିତି ଚଲାପଥ ଟିଏ

ପୁଷ୍ପ କଣ୍ଟାଭରା ପଥ।

ଚାଲିବାକୁ ହୁଏ ପ୍ରତ୍ୟେକ ଜୀବକୁ

ମନରେ ନ ରଖି ବ୍ୟଥା।

ଜୀବନର ପଥେ ଚାଲିବାକୁ ହୁଏ

ଏକା ପଥିକ ଟେ ହୋଇ।

ସହିବାକୁ ହୁଏ ମିଠା ଦୁଃଖସୁଖ

କ୍ଳେଶେ ଅଥୟ ନ ହୋଇ।

ଜୀବନ ଟିଏ ତ ଭଗବାନଙ୍କର

 ମୂଲ୍ୟବାନ ଉପହାର।

ଚାଲିଯାଏ ଯିଏ ମିଠା ଦୁଃଖ ସହି

ବିଜୟ ଅଟେ ତାହାର।

ଆସିଅଛୁ ଏକା ଯିବୁ ତୁହି ଏକା

ଏହା ଯେ ଅକାଟ୍ୟ ସତ୍ୟ।

ପଥେ ସାଥି ହୋଇ ଚାଲି ସେ ଯିବଇଁ

ଏହା କି ଅଟଇ ମିଥ୍ୟା।

ଜୀବନ ତ ଏକ ଅଛିଣ୍ଡା ଗଣିତ

କଷେ ଯିଏ ତରିଯାଏ।

କେବେ ହରଣ କେବେ ଯେ ଗୁଣନ

ଯୋଗ ବିୟୋଗ କଷା ହୁଏ।

କେବେ ଦୁଃଖ ଆସେ ସୁଖ କେବେ ଆସେ

ଆସେ କେତେ ମିଠା ଯନ୍ତ୍ରଣା।

ଖାଲ ଢିପ ଦେଖି ଚାଲିବାକୁ ହୁଏ

ପଥେ ନ'ହୋଇ ବାଟବଣା।

ଦୃଢ ଯେ କରଇ ନିଜର ମନକୁ

ପଥେ ସହେ ସର୍ବ କ୍ଳେଶ।

ତରିଯାଏ ସିଏ ପଥକୁ ଅକ୍ଳେଶେ

ବାଟ ତା' ହୁଅଇ ଶେଷ।

ଡରିଯାଏ ଯିଏ ମରିଯାଏ ସିଏ

ଜୀବନରେ ହାରିଯାଏ।

ମନଦୃଢ କରି ପଥ ସାମ୍ନାକରେ

ବିଜୟ ତାହାର ହୁଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍