STORYMIRROR

p s priyanka panda

Others

3  

p s priyanka panda

Others

ଲେଖିକାର ପ୍ରକୃତି

ଲେଖିକାର ପ୍ରକୃତି

1 min
261


ଲେଖିକା ଲେଖେ ଲେଖାଟିଏ

ମନର ଅକୁହା ଭାଷାଟିଏ।

ଲେଖନୀରୁ ନିସୃତ କରେ ଅନେକ ପଂକ୍ତି

ଲେଖେ ପୁଣି ଭାବନାକୁ କରି ଅଭିବ୍ୟକ୍ତ।

ବେଦନାର ବିଷ ଜ୍ୱାଳେ ହୋଇ ଜର୍ଜରିତ

ମନ ଭୁବନରେ ପୁଣି ହୋଇ ମର୍ମାହତ।

ଲେଖାରେ ଅର୍ପଣ କରେ ଶବ୍ଦର ଆହୁତି

ପୂରିତ ତନ୍ମଧ୍ୟେ କରେ ଆବେଗ ପ୍ରବୃତ୍ତି।

ପ୍ରକୃତି କୋଳରେ ବସି

 ଆବେଗ ପଣରେ ଭାସି

ସୁନ୍ଦର ପଣରେ ମୋହି 

ଦୁଃଖରେ ଯନ୍ତ୍ରଣା ସହି।

ସର୍ଜନା କରେ କଳେବର

ସାହିତ୍ୟର ନାମ ଦେଇ।

ଲେଖେ ପୁଣି ହୋଇ ଅଶାନ୍ତ ସାଗର

ହୃଦୟେ ସୃଷ୍ଟି କରଇ ଶତ ଶତ ଝଡ।

ନିଃସୃତ କରେ ଶବ୍ଦ ପୂଣ୍ୟ ପ୍ରୀତି ଆବେଗର 

ବାଟ ଖୋଜେ ପୁଣି ପ୍ରକୃତି ପ୍ରୀତି ଲାଘବର।

କେବେ ସେ ବିଷାଦଗ୍ରାସୀ ଯନ୍ତ୍ରଣା ପିଡୀତା

କେବେ ସେ ପ୍ରୀତିଦାୟିନୀ ପ୍ରକୃତି ପ୍ରେମିକା।

ପ୍ରସ୍ଫୁଟିତ କରେ ଭାବନାକୁ ଲେଖନୀ ମୁନରେ,

ଆନମନା ହୋଇ ହଜିଯାଏ ତନ୍ମୟ ଭାବରେ।

କେବେ ସେ ବନସ୍ପତି କେବେ ମନ୍ଦାକିନୀ ସାଜେ,

ବାସ ଚହଟାଏ ଅବା ପାପ ପ୍ରକ୍ଷାଳନ କରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍