Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

p s priyanka panda

Others

4  

p s priyanka panda

Others

କଳିଯୁଗ ପୁରୁଷ

କଳିଯୁଗ ପୁରୁଷ

1 min
155


ହାଏରେ କଳିଯୁଗର ପୁରୁଷ 

ସର୍ବଦା ମନେ ରଖଇ ନାରୀର ଶୋଷ ।

ଜନଶୂନ୍ୟ ରାତ୍ରେ ଯେବେ ନାରୀ ସମ୍ମୁଖୀନ ହୁଏ

ଦୟା, ସ୍ନେହ ଭାବ ହୃଦରୁ ଦୂରେ ଚାଲିଯାଏ ।

ସରଳ, ସୁନ୍ଦର ଆବରଣେ ବନ୍ଦୀ ହୋଇ

ଅନ୍ତରର ନୃସଂଶତା ତନ୍ମଧ୍ୟେ ଲୁଚାଇ ।

ରାକ୍ଷସ ପାଲଟେ ସେ କ୍ଷଣିକରେ

ରକ୍ତ, ହାଡ, ମାଂସ ସବୁ ନାରଖାର କରେ ।

ପ୍ରେମର ଆଳରେ ନାନା ଆଶା ଯେ ଦେଖାଏ

ଅନନ୍ତ ପ୍ରେମକୁ ଭୁଲି ଶରୀରରେ ମୋହେ ।

ସଦା ସର୍ବଦା ନାରୀ ଯେ ଏକାକୀ ଅଟଇ

ଆତ୍ମ ସମ୍ମାନ ପାଇଁ ସେ ସଂଘର୍ଷ କରଇ ।

ଘରେ ବାହାରେ କେଉଁଠି ସୁରକ୍ଷିତ ନୁହେଁ

ପୁରୁଷର ରାକ୍ଷସ ପ୍ରବୃତ୍ତିକୁ ଡରିଡରି ରହେ ।।


Rate this content
Log in