STORYMIRROR

p s priyanka panda

Others

3  

p s priyanka panda

Others

ଆମ ସମ୍ବିଧାନ

ଆମ ସମ୍ବିଧାନ

1 min
204

ବୀର ରଣଭୂମି ଅଖଣ୍ଡ ଭାରତ

ଦିନେ ହୋଇଥିଲା ପରାଧିନ।

ଗାନ୍ଧୀ, ସୁବାଷ ,ନେହେରୁ ମିଳିକି

କଲେ ଦେଶକୁ ସ୍ବାଧିନ।

ରାଜ ରାଜୁଡାଙ୍କ ଶାସନ ପାଶୋରି

ଜନତାଙ୍କୁ ଦେଲେ ଶାସନ ଟେକି।

ଶାସନ କଳକୁ ସୂଚାରୁ ରୂପରେ

ତୁଲାଇବା ଲାଗି ଲେଖିଲେ ପୋଥି।

ଭାରତ ମାତାର ସୁଯୋଗ୍ୟ ସନ୍ତାନ 

ଡଃ ଭୀମ ରାଓ ଆମ୍ବେଦକର।

ଶାସନ କଳର ପୋଥି ଲେଖିବାକୁ

ପ୍ରଶସ୍ତ କରିଲେ ନିଜର କର।

ବିଭିନ୍ନ ଦେଶର ସମ୍ବିଧାନ ପଢି 

ଗଣତନ୍ତ୍ର କଲେ ହୃଦୟଙ୍ଗମ।

ଅନେକ ଦିନର ପ୍ରତିକ୍ଷା ଅନ୍ତରେ

ଶାସନ ଖସଡା ହେଲା ସୁଗମ।

ନିଶ୍ଚିତ ହୋଇଲେ ଦେଶର ଜନତା,

ଭୁଲିଗଲେ ସବୁ ଯାତନା ଦୁଃଖ।

ନିଜ ହାତେ ପାଇ ଶାସନ ଡୋର,

ଲଭିଲେ ପରମ ଚରମ ସୁଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍