STORYMIRROR

Snigdha Nayak

Others

3  

Snigdha Nayak

Others

ନିବିଡ଼ତା

ନିବିଡ଼ତା

1 min
322


ଅନବରତ  ଝିପିଝିପି ବରଷା

ତୁହାକୁ ତୁହା ଶୀତଳ ମୃଦୁ ସଲିଲ

କୃଷ୍ଣ ବର୍ଣ୍ଣ ରେ ଆଚ୍ଛାଦିତ ଆକାଶ

ମଧ୍ୟେ ରୂପେଶୀ ସୁବର୍ଣ୍ଣ ଚପଳା

ନିବିଡ଼ତାର ଏକ ସ୍ୱରୂପ

ମଧୁମୟ ଆବେଗର ଏକ ନିରାକାର ନୀର


ଡ଼ହ ଡ଼ହ ଗ୍ରୀଷ୍ମଝାଞ୍ଜି

ଅନବରତ ପ୍ରବାହିତା ଅଗ୍ନିବର୍ଷାର କରାମତି

ପ୍ରଚଣ୍ଡ ରୁଦ୍ରତାତିରେ ସିଝା ସିଝା ଗଗନ

ମଧ୍ୟେ ଲୁଚି ଯାଇଥିବା ଜହ୍ନ

ନିବିଡ଼ତାର ଏକ ସ୍ୱରୂପ

ଅଗ୍ନି ସମ୍ମୁଖେ ସାତଗଣ୍ଠି,ସାତସୁର

ସାତ ବଚନର ଏକ ରୂପରେଖ


ଶୁଷ୍କ ନୟନ ଯୁଗଳ, ଶିଳିତ ହୃଦୟ

ବିନା ଗରଜନେ କରୁଥିବା ରୋଦନ

ଦ୍ରୁତ ଗତିରେ ପାଲଟୁଥିବା ଶ୍ମଶାନ

ମଧ୍ୟେ ବେଳ ଅବେଳରେ ଝରୁଥିବା ମଧୁମୟ ସ୍ମୃତି

ନିବିଡ଼ତାର ଏକ ସ୍ଵରୂପ

ଶୁଷ୍କ ମୃତ୍ତିକାରେ ଅଙ୍କୁରିତ ସମ୍ପର୍କ ବୀଜ

ନିବିଡ଼ତାର ଏକ ସ୍ବରୂପ

କୃତ୍ରିମ ସିଲଟରେ

ସୃଷ୍ଟିର ମଧୁମୟ ମୂର୍ଚ୍ଛନାର ଏକ ପ୍ରାକୃତିକ ଅଲିଭା ଲେଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍