STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ନିବିଡ଼ ସମ୍ପର୍କ

ନିବିଡ଼ ସମ୍ପର୍କ

1 min
11.9K

ସତ୍ତାଟିଏ ଖୋଜେ

ସମ ଭାବ ବିନିମୟର ଆଉ ଏକ ସତ୍ତା

ଚିମୁଟାଏ ମୁହୂର୍ତ୍ତକୁ ଲାଉ ଡଙ୍କ କରି,

ପାପୁଲି ଭରି ବିଶ୍ବାସ ଭରସାର ନଈ ପହଁରି ପହଁରି

ଅଜଣା ଅଚି଼ହ୍ନା ଭାବକୁ ସାଉଁଟି ଆଣିବା ପାଇଁ

ନିଇତି ହୁଏ ଅନୁପ୍ରେରିତ

ଖାଲି ଟିକେ ହେବା ପାଇଁ ତମ ସହ ପୁରା ସମ୍ପର୍କିତ l

ଏଇ ଦେଖୁନା ତମ କଥା କାନଉ କାନଉ

କେମିତିକା ହେଉଛି ଉତ୍କଣ୍ଠିତ

ପାଇବାକୁ ଟିକେ ରସ ରାସ ଲୀଳାମୃତ

ତତ୍ _ଓଘ ବାଦ୍ୟଯନ୍ତ୍ର ରେ ହୁଏ ଉତ଼୍ଙଫୁଲ୍ଲିତ

ଖାଲି ଟିକେ ହେବା ପାଇଁ ତମ ସହ ପୁରା ସମ୍ପର୍କିତ l

କାହିଁକିନା..

ସମ୍ପର୍କ ଯେତେ ହୁଏ ନିବିଡ଼

ଆତ୍ମିୟତାର ଭାବ ସେତେ ହୁଏ ପ୍ରଗାଢ଼

ବାରି ବି ହୁଏ କେଉଁଟା ମାଂସ କେଉଁଟା ହାଡ଼

କିଏ ଚେତନ କିଏ ଜଡ

ସେଇଥି ପାଇଁ ତ

ସତ୍ତାକୁ କରେ ପ୍ରକଟିତ

ଖାଲି ଟିକେ ହେବା ପାଇଁ

ତମ ସହ ପୁରା ସମ୍ପର୍କିତ l



Rate this content
Log in