STORYMIRROR

Sandhyarani dash

Others

3  

Sandhyarani dash

Others

ନିବିଡ଼ ବନ୍ଧନ

ନିବିଡ଼ ବନ୍ଧନ

1 min
285

ହୃଦୟରେ ମୋର ବସା ବାନ୍ଧି ଅଛ

ତୁମେ ମୋ ସ୍ବାମୀ ପ୍ରେମିକ,

ତୁମେ ମୋ ମଥାର ଚିର ସୁନ୍ଦରତା

ନାଲି ସିନ୍ଦୁର ର ଟୀକା।

ମୋ ଠାରୁ ନିଜର ତୁମେ ମୋ ନିଜର

କହୁଚି ଆଜି ଏ ମନ,

ଯେମିତି ରାତ୍ରିର ଆକାଶ ରେ ରୁହେ

ଜହ୍ନ ଥାଏ ପ୍ରତିଦିନ।

ହୃଦରେ ଅଛି ତୁମ ପାଇଁ ପ୍ରେମ

ଦଶ ଦିଗ ପାଳ ସାକ୍ଷୀ,

ଓଠ ଧାରେ ଆମେ ଅମୃତ ଢାଳିବା

ଚିର ଦିନ ହେବା ସୁଖୀ।

ବନ୍ଧୁ ଭାବେ ଆମେ ଯୋଡ଼ି ହୋଇ ଅଛେ

ହୃଦକୁ ହୃଦୟେ ମିଶି,

ଯେଉଁ ଦିନ ଠାରୁ ହାତ ଛନ୍ଦି ଦେଲେ

ମୋ ବାପା ବେଦିରେ ବସି।

ସୁଖରେ ଦୁଃଖରେ ଷା ଥି ଆମେ ପରା

ମୁଁ ତୁମ ସହଧର୍ମିଣୀ

ତୁମ ମୋ ଭିତରେ ନିବିଡ଼ ବନ୍ଧନ

କହିପାରେ ଏ ଧରଣୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍