STORYMIRROR

Jagabandhu Sahu

Others

3  

Jagabandhu Sahu

Others

ନିବେଦନ

ନିବେଦନ

1 min
133

ଶୁଣ ଶୁଣ ଆହେ ସରକାର ଆମ

  ଦେଇ ଟିକେ ମନ କାନ

ସୁରାଟ ରାଇଜ ଶ୍ରମିକ ମାନଙ୍କ

    ଦୁଃଖ କର ସମାଧାନ

କେତେ ରାଇଜରୁ ଆସି ସୁରାଟକୁ

    ଖଟନ୍ତି ହୋଇ କର୍ମଠ

 କାମ ପାଇଁ ସିନା ରହୁଛି ଏଇଠି 

    ଭୋଗିକି ବିରହ କଷ୍ଟ    

ସେଇ ଯେ ଶ୍ରମିକ ତୁମ ନିୟମକୁ

    ଦେଇ ଆଜି ସନମାନ

ଜୀବନଟା ଆଜି ହୋଇଛି ତାଙ୍କରି

    ପଶୁ ଠାରୁ ହୀନିମାନ

    ନାହିଁ ପରିବାର ଜନ 

କି ଲାଭ ବଞ୍ଚିବା ମାଆ ବାପା ବିନା

   କୋରନା ନେଉ ଜୀବନ....

ସେଥି ପାଇଁ ଆଜି ଆହେ ସରକାର

    ଘେନ ଆମ ନିବେଦନ

ସବୁ ଶ୍ରମିକଙ୍କୁ  ନିଜ ନିଜ ରାଜ୍ୟ

    ଛାଡନ୍ତୁ କରି ଯୋଜନା

ଏକୋଇଶି ଦିନ ଲକ୍ ଡାଉନ୍ ଛାଡି

    ଛଅ ମାସ କଲେ ମଧ୍ୟ

ତୁମ ନିୟମକୁ   ଦେବୁ ସନମାନ

    ଭାଙ୍ଗିବୁନି ଜମ୍ମା ଧୈର୍ଯ୍ୟ 

ଚିନ୍ତାଗ୍ରସ୍ଥ ହୋଇ ମାନସିକ ଚାପ

    ବଢ଼େ ଏଠି ଦିନୁ ଦିନ

ସେଥି ପାଇଁ କହୁ ମୋଦି ସରକାର

    ହେଉ ଆର ସମାଧାନ


Rate this content
Log in