ନିବେଦନ
ନିବେଦନ
ଦୟାକର ଦୟାକର ଆହେ
ଗୁରୁଜୀ ଓ ଗୁରୁମାତା
ତୁମ୍ଭେ ପରା ଅଟ ଯେ ଆମ୍ଭର
ଭବିଷ୍ୟ-ଭାଗ୍ୟ-ବିଧାତା।
ଶିକ୍ଷା ଦାନ-ମହା ପୂଣ୍ୟ ଅଟେ
ଏହି ମହୀ ମଣ୍ଡଳରେ
ସେହି ପୂଣ୍ୟ ଫଳେ ଆମ୍ଭ
ଅଜ୍ଞାନ ହୁଅଇ ଦୂରେ।
ସର୍ବଶିକ୍ଷା ଅଭିଯାନ ନୀତି
ସରକାରଙ୍କର ଏହି
ସର୍ବେ ପଢି-ସର୍ବେ ବଢି ଦିନେ
ପାଳିବେ ଯେ ଏହି ମହୀ।
ସଂସ୍କାର ଆଚାର ବ୍ୟବହାର
ଶିକ୍ଷାର-ମହତ-ଗୁଣ
ସେହି ଗୁଣ ତୁମ୍ଭ ଠାରୁ ଆମ୍ଭେ
କରିବାକୁ ହେ ଗ୍ରହଣ।
ଅଧମ ଅକ୍ଷମ ଅବୋଧ ଅଟୁ
ଆମ୍ଭେ ଯେ ବିଦ୍ୟାର୍ଥୀଗଣ
ତୁମ୍ଭ ଗୁଣେ ଆମ୍ଭ ଜୀବନ ଯେ
ହୋଇବ ପରିପୂରଣ।
ଦିଅ ସଦ୍-ବିଦ୍ୟା-ବୁଦ୍ଧି-ଜ୍ଞାନ
ଭରି ଆମ୍ଭ ଜୀବନରେ
ରଖିବାକୁ କୁଳ-କୀର୍ତ୍ତି ନାମ
ଏହି ସାରା ପୃଥିବୀରେ।
ଆଳସ୍ୟ-ନିଦ୍ରାକୁ ପରିହାର
ଆମ୍ଭଙ୍କୁ ଯେ କରିବାକୁ
ଉପଦେଶେ କହିଛନ୍ତି ପରା
ଶିକ୍ଷାର୍ଥୀର ଗୁଣ ହେତୁ।
ଆପଣା ବଚନକୁ ଅପଣେ
ଏହି ବେଳେ ରଖିବାକୁ
ଉଠି ଯାଆନ୍ତୁ ହେ ଗୁରୁମାତା
କରୁ ପ୍ରାର୍ଥନା ତୁମ୍ଭଙ୍କୁ।
