STORYMIRROR

Susanta kumar Patra

Others

3  

Susanta kumar Patra

Others

ନିବେଦନ

ନିବେଦନ

1 min
13.9K




ହେ ପ୍ରଭୁ ଗଣେଶ, ହେ ପ୍ରଭୁ ଗଣେଶ,

ପ୍ରଣାମ କରୁଚି ପ୍ରଭୁ ଯୋଡି ଦୁଇ ହାତ ll


ତୁମେ ଅଟ ବିଦ୍ୟାଦାତା, ହେ ପାର୍ବତୀ ସୁତ,

ପ୍ରଣିପାତ ମୋର ଘେନ ହେ ପ୍ରଭୁ ଗଣେଶ ll


ଆହେ ବିଦ୍ୟାଦାତା ତୁମେ ଶିବଙ୍କ ନନ୍ଦନ,

ଭଲ ବୁଦ୍ଧି ଦିଅ ପ୍ରଭୁ କରେ ନିବେଦନ Il


ହେ ବିଘ୍ନନାଶକ ତୁମେ ଆଶୀର୍ବାଦ କର,

ଦୁଖୀଙ୍କ ସେବା କରି ଦିନ ଯାଉ ମୋର ll


ଅଶାହାୟଙ୍କ ଲାଗି ମୁଁ ଆଶାବାଡ଼ି ହେବି,

ଦୀପ ଭଳି ନିଜେ ଜଳି ଆଲୋକ ଦେବୀ Il


ତୁମର ପୟରେ ପ୍ରଭୁ ମୋର ନିବେଦନ

ସଭିଙ୍କର ସେବା କରି ଯାଉ ମୋର ପ୍ରାଣ Il


ସୁଶାନ୍ତ କୁମାର ପାତ୍ର

ଦରପଦା, ନୟାଗଡ଼

Mob 919851444543


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍