STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

ନିବେଦନ

ନିବେଦନ

1 min
13.8K



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ତୋ ବଡ଼ ଦାଣ୍ଡରେ ଭିକ ମାଗୁଥିବି

• ମୋର ଭିକ ଝୁଲି ପୁରିବା ଯାଏଁ

• ତୋ ନାମକୁ ଗାଇ ଗାଇ ବୁଲୁଥିବି

• ତୋଟି ପାଟି ମୋର ସୁଖିବା ଯାଏଁ

• ତୋ ବଡ ଦାଣ୍ଡରେ… ।।


• ତୋ ମହା ପ୍ରସାଦ ନିତି ଚାଖୁଥିବି

• ମୋ ମନର ଭୋକ ମରିବା ଯାଏଁ

• ତୋ କଳା ବଦନ ନିତି ଦେଖୁଥିବି

• ମୋ ଜୀବନ ଦୀପ ଲିଭିବା ଯାଏଁ

• ତୋ ବଡ ଦାଣ୍ଡରେ… ।।


• ତୋ ନୀଳଚକ୍ରକୁ ଦେଖି ଦେଖି ଯେବେ

ଏ ପାପି ପିଣ୍ଡରୁ ପରାଣ ଯାଏ

• ମାଟି ଘଟ ଗଡ଼ୁ ଶରଧାବାଲି ରେ

o ସରଗ ଦୁଆରେ ଜଳିବା ଯାଏଁ

• ତୋ ବଡ ଦାଣ୍ଡରେ… ।।


Rate this content
Log in