STORYMIRROR

RUKEYA JABEEN

Others

3  

RUKEYA JABEEN

Others

ନିଆରା ପ୍ରେମ

ନିଆରା ପ୍ରେମ

1 min
146

ରାସ୍ତା କଡ କିଆବୁଦା ତଳକୁ,

ଘାସ, ପତ୍ର, ବଣୁଆ ଲତା ଶେଯରେ,

ଛିଣ୍ଡା ଓଢଣୀରେ ଗୁୁୁଡେଇ ହୋଇ,

ମୁଣ୍ଡରେ ଗୋଛାଏ ଚୁୁୁଟି ସଜେଇ,

ଆଖିପତା ଯୋଡିକୁ ଚାପି ରଖି,

କଇଁ କଇଁ କ୍ରନ୍ଦନରେ,

ଚିରି ଚାଲିଥିଲୁ ଚଉପାଶର ନୀରବତା ।


କିଂକର୍ତ୍ତବ୍ୟବିମୁଢ ଅଟକି ଯାଇଥିଲି ,

ତୋ କୋମଳ ସ୍ୱରର ଆକର୍ଷଣରେ,

ପାଖକୁ ଯାଇ ଦେଖିଲିି ଯେବେ ,

ପଙ୍କଜ ଉଇଁଛି ପଙ୍କିଳ ବଣେ,

ପାରିଲିନି ସମ୍ଭାଳି ନିଜକୁ କ୍ଷଣେ ‌‌‌‌,

କୋଳେଇ ନେଲି ଅବିିିଳମ୍ବେେ ତତେ,

ଛାଡି ନ ଥିଲା ତୋ ଦେହୁ ଗର୍ଭର ଦାଗ ଯେତେ ।


ଜାଣି ନ ଥିଲି ପିିିତୃତ୍ୱର ମୋଲ,

ଭାବନା ଯେ ସିିଏ କେତେ ଅମୂଲ ମୂଲ,

ପଡ଼ିଲି ପ୍ରଥମ ଥର ତୋ ନିଆରା ପ୍ରେମରେ,

କେତେ ଯେ ବେଦନା ଥିଲା ,

ସେ କରୁଣ, ବିଚକ୍ଷଣ, ମଧୁର ଚାହାଣୀରେ,

ପୁଲକିତ ହେଲି ମୁଁ ଦିବ୍ୟ ଉପଲବ୍ଧିରେ,

ପାଇଲି ସଂସାର ହଜିଲି ତୋ ପ୍ରିିିତୀରେେ ।


ଲୋଡା ନାହିଁ ମୋର ଜହ୍ନ ତାରା ମେଳ,

ସନ୍ତୁଷ୍ଟି ପାଏ ଖେଳି ତୋ ସାଥେ ଖେଳ,

ପିଠିରେ ବସେଇ ହେଇ ଯିବି ଗଧ ତୋ ଲାଗି ଅଲିଅଳି,

ସବାରି ହେବି ପୁଣି ହେବି ଘୋଡା ଗାଡି,

ଦୁନିଆର ସୁଖ ଦେବି ତୋ ପାଦେ ଅଜାଡ଼ି,

ହାତ ମୋର ଛାଡିବୁୁୁନି ଜାଣିଗଲେ ସତ୍ୟତା,

ଆଜୀବନ ପାଇଁ ଏତିିିକି ତୁ କଥା ଦେଇଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍