STORYMIRROR

Nihar Ranjan Acharya

Others

4  

Nihar Ranjan Acharya

Others

ନିଆଁ

ନିଆଁ

1 min
454


ଷଠି ପଞ୍ଚୁଆତି ଏନ୍ତୁଡ଼ି ଶାଳ 

ବାହା ବେଦି ପୁଣି ମଶାଣି କୋଳ 

ସବୁଠି ଖେଳୁଛି ନିଆଁର ଗୋଳ 

ମଣିଷ ବୁଝୁନି ସମୟ ମୂଲ।।  


ଜନମ ମରଣ ବିଧି ବିଧାନ 

ବାଳୁତ କିଶୋର ଆଦି ସୋପାନ 

ସପନ ସଉଧ ତୋଳେ ଯୌବନ 

ବାର୍ଦ୍ଧକ୍ୟ ଖୋଜଇ ଧରମ ଧନ।। 


ବେଳୁ ସାବଧାନ ହୁଅରେ ମନ 

ବାର୍ଦ୍ଧକ୍ୟ ନୋହିବ କେବେ ଦାରୁଣ 

ଚିନ୍ତାମଣି ଚିନ୍ତି କରିଥିଲେ କର୍ମ 

ସମାଜେ ହୋଇବ ତୋ' ଗୁଣଗାନ।। 

 

ଅଭିଳାଷ, ଆଶା ସଂସାର ସଉଦା 

ଶେଷ ଠିକଣା ତୋ' ମଶାଣି ପଦା 

ବନ୍ଧୁ ପରିବାର ସଖା ସହୋଦର 

ଦି' ଦିନ କୁଣିଆ ଦୂନିଆଁ ବୁକୁର।। 


ସଂସାର ମଧ୍ୟେ ମୃତ୍ୟୁ ଏକା ସତ୍ୟ 

ସୁଖ ସ୍ବଚ୍ଛନ୍ଦ ତ' କ୍ଷଣିକ ଉସତ 

ସମୟ ନଈରେ ନିଶ୍ଚିତ ଉଜାଣି 

ବେଳୁ ସମର୍ପିଥା ଜୀବନ ତରଣୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍