ନିଆଁ ଓ ଦୁଇଟି ହାତ ପାପୁଲି
ନିଆଁ ଓ ଦୁଇଟି ହାତ ପାପୁଲି
ଆଜି ଚତୁର୍ଦ୍ଦିଗ ରେ କେବଳ ନିଆଁ .ଆଉ ନିଆଁ
ଦୂନିଆଁ ଟା ପରା ଜଳି
ଯାଉଛି
ଡହ ଡହ ହୋଇ l
କେଉଁଠି ହିଂସା ର ନିଆଁରେ
କେଉଁଠି ପ୍ରତାରଣା ର
ନିଆଁ ରେ ..
କେଉଁଠି ଲୁହ ର ନିଆଁ ରେ
ତ,ଆଉ କେଉଁଠି କାମନା ର
ନିଆଁ ରେ
ଜଳି ଯାଉଛି ମଣିଷ ର
ମନ l
କେଉଁଠି ପୁଣି ଚୁମ୍ବନ ର
ଦଂଶନ ଜ୍ଜାଳା ରେ
ଜଳିଯାଏ,ନିରିହା ବାଳିକା ଟି ର
କୁମାରୀତ୍ବ
ବଧୁଟି ପୁଣି କେତେବେଳେ
ଜଳିଯାଏ
ଯୌତୁକ ଜୁଇ ରେ
ଅହରହ ଜଳୁଥାଏ ଏଠି ଗରୀବ,ଖଟିଖିଆ ର ସ୍ବପ୍ନ
ଆକାଶ ଛୁଆଁ ଦରଦାମ ର
ନିଆଁ ରେ
ପ୍ରକ୍ରୁତି ବି ଜଳିଯାଏ
କାରଖାନା ର ଧୂଆଁ ରେ
ଆକାଶ ଟା ଜଳୁଥାଏ
ନାନା ପ୍ରକାର
କ୍ଷେପଣାସ୍ତ୍ର ର ବିଷାକ୍ତ ଗ୍ୟାସ୍ ରେ l
ପ୍ରେମ ବି ଜଳଇ ଏଠି
ଜାତିପ୍ରଥା ର ନିଆଁରେ
ଏଇ ଜଳିବା,ଜଳାଇବା ଭିତରେ
ପୋଡିଯାଉଛି ସତ୍ୟ
ପାଉଁଶ ହୋଇ ଯାଉଛି
କ୍ଷମା,ଓ
ଅହିଂସା
ବିଷାକ୍ତ ହୋଇ ଯାଉଛି
ବନ୍ଧୁତ୍ବ ର ସଂଞା .
ସ୍ବାର୍ଥପରତାର କପଟ
ପଶା ରେ l
ଏତେସବୁ ନିଆଁ କୁ ଆୟତ୍ତ
କରୁ କରୁ
ଜଳିଯାଉଛି ପରା ମୋ ଦୁଇ
ହାତ ପାପୁଲି
ହାତ ବଦଳ ରେ ଭାତ ତ
ମିଳେନି
ବରଂ ଉପହାର ରେ ମିଳେ
ଅପବାଦ ର ମୁକୁଟ
ମୁଁ କାଳେ ସୋସିଆଲ୍
ମିଡିଆରେ ଚର୍ଚ୍ଚିତ ହେବାକୁ
କରେ ଏଠି ନାଟ
ଜାଣିଶୁଣି ଜଳାଇ
ଦେଇଛି
ମୋର ଦୁଇ ହାତ
