STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ନଗଡାର ଦୁଃଖ

ନଗଡାର ଦୁଃଖ

1 min
294


କେହି କେବେ ଦେଖିଛ ଭୋକକୁ

ଚାଲ ଦେଖିଆସ ନଗଡାର ମଣିଷକୁ

ଆମ୍ଵ କୋଇଲି ପେଟ ବିକଳେ

କେମିତି ଖାଇ ସେ ବଞ୍ଚିଛି 

ଦରମଲା କାତିଛଡା କୁକୁର ପରି ।


ସଭ୍ଯତାର ସଫେଦ ଆଲୋକେ

ସେ ଦୀପ ତଳ ଅନ୍ଧାର ଭଳି

ନଜରର ଆଢୁଆଳେ ସଢୁଛି

ମୁଠାଏ ଭାତ ଟୋପାଏ ପାଣି ପାଇଁ 

ଡହଳ ବିକଳ ଖାଲି ଝୁରିଝୁରି ।


ଯେଉଁଠି ସ୍ଲୋଗାନ ଦିଆଯାଏ

ଅନାହାର ଅପମୃତ୍ଯୁ ନାହିଁ ରାଜ୍ୟରେ

ଉନ୍ନତିର ଡିଣ୍ଡିମ ପିଟିପିଟି 

ରାତାରାତି ମଦମାଂସେ ଶସ୍ତା ରାଜନୀତି କରି

ଅକ୍ଳେଶରେ ବସିହୁଏ ରାଜଗାଦିରେ ।


ସେ କିବା ବୁଝିବ ଭୋକ କଣ

ଭୋକର ପ୍ରକୃତ ସଂଜ୍ଞା 

ଦୁଇ ଓଳି ପେଟପୁରା ଭାତର ମହତ୍ଵ

ବଞ୍ଚିବା ପାଇଁ କେତେ ଦୁଃଖ ଯନ୍ତ୍ରଣା

ଅପେକ୍ଷାକର ତୁମ ଲଙ୍କାପୁର ଦିନେ

ଭାସିଯିବ ସେମାନଙ୍କର ତତଲା ଲୁହର ସୁନାମୀରେ ।




Rate this content
Log in