STORYMIRROR

Ajit Kumar Raut

Others

3  

Ajit Kumar Raut

Others

ନେତ୍ରେ ଆଙ୍କେ ଛବି

ନେତ୍ରେ ଆଙ୍କେ ଛବି

1 min
164

ନେତ୍ରେ ଆଙ୍କି ଅଛି ଛବିକୁ ତୋହର

 ଆଙ୍କି ରଖି ଥିବି ସଦା 

ପ୍ରେରଣା ଦିଆଟି କବିତା ଲିଖନେ

 ରଚନା କରେଟି ସଦା।


ଜ୍ଞାନର ଭଣ୍ଡାର ନମଃ ବିଣାପାଣୀ

 ବିଦ୍ୟାର ଭଣ୍ଡାର ମାତା 

ତବ ଆଶିର୍ବାଦୁ ରଚନା କରୁଛି

 ସର୍ବୋପରି ତୁହି ମାତା।


ଦିନରାତ୍ରି ମୁହିଁ ଭକ୍ତି ରଖିଅଛି

 ଚରଣ ଯୁଗେଳ ତୋର 

ନେତ୍ରେ ଆଙ୍କି ଅଛି ଛବିକୁ ତୋହର

 ଦିଶୁଥିବୁ ନିରନ୍ତର।


ତୋହ ବିନୁ ନାହିଁ ଅସ୍ତିତ୍ଵ ମୋହର

 ନାହିଁ ଜ୍ଞାନ ମୋର କିଛି 

ମୂର୍ଖ ଓ ପାଷଣ୍ଡ କବିତା ଲେଖୁଛି

 ମାତା ଆଶୀର୍ବାଦ ଅଛି।


ଭୁଲି ଯିବୁ ନାହିଁ ବିଦ୍ୟାଦାତ୍ରୀ ମାତା

 ମୋର ନେତ୍ରେ ଦିଶୁ ଥିବୁ 

ପଦ କହୁ ଥିବୁ ଭକ୍ତକୁ ତୋହର

 ଜ୍ଞାନ ମତେ ଦେଉ ଥିବୁ।


ସେହୁ ଜ୍ଞାନ ବଳେ ରଚନା ମୋହର

 ରାଷ୍ଟ୍ର ହିତେ ହେଉ ଥିବ 

ଜନଜନ ମଧ୍ୟେ ଜ୍ଞାନର ପ୍ରଦୀପ

 କବିତା ମୋ ଦେଉ ଥିବ।


ଜ୍ଞାନ ଭରି ଦିଅ ହୃଦୟେ ମୋହର

 ଭକ୍ତିର କବିତା ଗୁଞ୍ଜୁ 

ସମାଜ ସୁଧାରେ କବିତା ମୋ ଗୁଞ୍ଜୁ

 ଜନ କଲ୍ୟାଣେ ଗୁଞ୍ଜୁ।


ସତ୍ୟ ଧର୍ମ ପ୍ରେମ କବିତା ଆଧାର

 ଜ୍ଞାନ ଦିଅ ବିଦ୍ୟା ଦେବୀ 

ଦେଶର ଗୌରବେ କବିତା ରଚନା

 ଆଶୀର୍ବାଦ କର ଦେବୀ।


ପିତୃମାତୃଙ୍କର ଭକ୍ତିର କବିତା

 ରଚନା ମୋହରି ହେଉ 

କାଳିଆ ଭକ୍ତିର କବିତା ରଚନା

 ନିରନ୍ତରେ ମୋର ହେଉ।


ତୁହି ମୋର ଜ୍ଞାନ ତୁହି ମୋର ଭକ୍ତି

 ଜୀବନ ଆଧାର ତୁହି 

ଭକ୍ତି ରହି ଥାଉ ଚରଣେ ତହର

 ଧ୍ୟାନ ଦେଇ ଥିବୁ ତୁହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍