STORYMIRROR

Pratap Kishore Rout

Others

4  

Pratap Kishore Rout

Others

ନେତାଜୀ ଏକ ଅନିର୍ବାଣ ଶୀଖା

ନେତାଜୀ ଏକ ଅନିର୍ବାଣ ଶୀଖା

1 min
373

କିରତୀର ଧ୍ବଜା ଉଡାଇ ବିଶ୍ୱରେ

      କୋଟି ଜନତାଙ୍କୁ ବାନ୍ଧିଛ ହୃଦେ

ଅପୂର୍ବ ତ୍ୟାଗର ପଟାନ୍ତର ନାହିଁ

       ବର୍ଣ୍ଣିତ ହୁଏନା କେବେ ଶବଦେ

  ଚିର ଜ୍ୟୋତିର୍ମୟ ବିଶ୍ୱରେ ତୁମେ

ହେ ପ୍ରିୟ ନେତାଜୀ ତୁମ କୃତି ପାଇଁ

    ରହି ଯାଇଅଛ କୋଟି ମରମେ ।


ଓଡିଶା ମାଟିର ଏନ୍ତୁଡ଼ି ଶାଳାରୁ

      ଜୀବନ ଯାତ୍ରାକୁ ଆରମ୍ଭ କଲ

ପରାଧୀନ ଏଇ ଭାରତ ବର୍ଷରେ

      ଦେଶପ୍ରେମ ଭାବ ଜାଗ୍ରତ କଲ

    ବିପ୍ଳବ ଅନଳ ଜଳାଇ ଦେଲ

କାନେ କାନେ ତେଜ ଭରା ବାଣୀ ଭରି

   ଶତ୍ରୁର ହୃଦକୁ ଥରାଇ ଦେଲ ।


ଭାରତ ବାହାରେ ଜାପାନ ମାଟିରେ

      ସମର ସଜ୍ଜାରେ ଲାଗି ପଡ଼ିଲ

ଜର୍ମାନ ମାଟିରେ ଭାରତ ମାତାର

      ସ୍ୱାଧୀନତା ପାଇଁ ବୀଜ ବୁଣିଲ

  'ଦିଲ୍ଲୀ ଚଲୋ' ଶବ୍ଦେ କମ୍ପିଲା ମାଟି

ଆସାମ ବର୍ମାରେ ଗର୍ଜନ ଶୁଭେ

    ଫିରିଙ୍ଗି ଶିବିର ପଡିଲା ଲୋଟି ।


ଇତିହାସ ଆଜି ସ୍ତବ୍ଧ ହୋଇଛି

       ତୁମ ଅନ୍ତର୍ଦ୍ଧାନ ବାରତା ପାଇଁ

କାଳର ସ୍ରୋତରେ ହଜିଗଲ ସତେ

       ମନେ ପଡୁନି କି ଜନମ ଭୂଇଁ

    ତୁମ କୃତି ଆଜି ଅମର ହୋଇ

ପଥ ଦେଖାଉଛି କୋଟି ଜନତାକୁ

     ତୁମ ସ୍ମୃତି ଅଛି ଜୀବନ୍ତ ହୋଇ ।


ହେ ବୀର ସନ୍ତାନ ଭାରତ ମାତାର

       ତୁମରି ଚରଣେ କୋଟି ନମନ

ତୁମ ନୀତି ଆଦର୍ଶକୁ ଧରି ହୃଦେ

        ଚାଲୁ ଯୁବ ଶକ୍ତି ନିତି ସଘନ

  ଅନ୍ତରୀକ୍ଷେ ସଦା ଇସାରା ଦେଇ

କୋଟି ସନ୍ତାନର ହୃଦେ ଦେଶ ପ୍ରେମ

   ଭାବ ଟିକୁ ତୁମେ ଦିଅ ଜଳାଇ ।


Rate this content
Log in