ନେପଥ୍ୟ
ନେପଥ୍ୟ

1 min

304
ଇଙ୍ଗିତରେ ଚାଲିଛି ଯେ
ଯେତେସବୁ ତା'ର କାରସାଦି,
ଅଜ୍ଞାତେ 'ଛନ୍ତି ସାମିଲ
ଏଇ ତା'ର ବାଦୀ-ପ୍ରତିବାଦୀ ।
ଆଢୁଆଳେ ରହି ସେ ଯେ
ଭିଆଉଛି ଯେତେ ସବୁ କାଣ୍ଡ,
ବୁଝି ବି ଅବୁଝା ହୁଏ
ସେ ହୀନ ନୀଚ ମୂର୍ଖ ପାଷାଣ୍ଡ ।
ମାୟାର କବଳ କାଳେ
ଘଟାନ୍ତି ସେ କ୍ରିୟା ମାୟାଧର
ନିମିତ୍ତ ଅଟଇ ତୁହି
ନିର୍ମିତେ ତା'ର ଗଢା ସଂସାର ।