STORYMIRROR

Kailash Chandra Sahani

Others

4  

Kailash Chandra Sahani

Others

!! ନବରତ୍ନ !!

!! ନବରତ୍ନ !!

1 min
315

କୋର୍ଟ୍ -1

ଦେଖୁ ଦେଖୁ ସରେ ଜୀବନ ଯୌବନ

ସମୟର ପଦପାତେ

ମିଠା କଥା ପଦେ ଶୁଣି ଦେଲେ କା'ର

ସୁଖରେ ମୁହୂର୍ତ୍ତ ବିତେ ।

ଜଗତ କଲ୍ୟାଣ ହିତେ ...

ଦିବସ ରଜନୀ ଏକାକାର ହେଉ

ଈଶ୍ବରଙ୍କ ଇଛାମତେ !


କୋର୍ଟ୍ -2

ପାଷାଣ କୁ କେବେ ଈଶ୍ବର ମଣିଛି

ମଣିଛି କାଠ କୁ ଜଗା ,

ରକତ ନିଗାଡି ଜନମ ଯେ ଦେଲା

ସିଏ କେଉଁ ଦେବତାରେ ଲଗା ?


କୋର୍ଟ୍-3

ଜୀବନ କାସାରେ ଫୁଟିଛି କେ କେତେ କାଳ ବଶେ ମଉଳିଛି ,

ମୁଁ ଛାର କବିଟେ କବିତା ନିଶାରେ

କୁହୁଡି ପହଁରୁ ଅଛି ',

ସତେ କମଳ ପର୍ଣ୍ଣେ ଦୋଳୁଛି !


କୋର୍ଟ୍-4

ଚୋରାଇନି କେବେ କାହା ଭାବନା କୁ

ଶବଦ ଘେରେ ,

କାହା କବିତାରୁ ଧାର ଧାରିନି ମମତା ଭୋଳେ ,

ଯେତିକି ପାରେ ମୁଁ ନିଜ କବିତାରେ ନିଜେହିଁ ଜଳେ ।


କୋର୍ଟ୍-5

ଭଙ୍ଗା ମାଠିଆ ମୁଁ ଅଯୋଗ୍ୟ ଅପାର ତୁମରି ପାଇଁ ,

ନିଜ ଲୁହେ ଦେଖେ କାଳ ଖଣ୍ଡକରେ ନିଜର ଛାଇ , ମୁଁ ଖପରା ହୋଇ ।।


କୋର୍ଟ୍-6

କେବେ କେ ପଢିଚ ଜୀବନ କାବ୍ୟ ମୋ

ଯେଉଁଠି ସମାଜ ଗଢେ ,

ନିଜକୁ ଭାଙ୍ଗି ମୁଁ ଅନେଶତ ବାର

ଖଣ୍ଡ ଖଣ୍ଡ ହୋଇ ଝଡେ ... ତୁମରି ଆଶୀଷ ଲୋଡେ !


କୋର୍ଟ୍-7

ନୁହେଁ ମୁଁ କାହାର ବଇରୀ ଭଗାରୀ

ନୁହେଁ ପ୍ରେମ ପ୍ରତାରକ ,

ମୋ ଦୁଃଖେ ଜୀଉଁଚି ସମୟ ସୁଅରେ , କବିତାର କବି ମୁଁ ଯେ ଭଗ୍ନ କୋଣାରକ ।


କୋର୍ଟ୍-8

ଅନ୍ଧାର ପଥରେ ବାଟ ଚାଲିବାର

ଯାତନା ଯାଇଛି ଶିଖି ,

ସେଥି ପାଇଁ ସଖୀ ମିଛ ଆଲୁଅରେ ସୁଖ ମୁଁ ପାରୁଛି ଦେଖି ।


କୋର୍ଟ୍-9

ହସିବା ଟା ଏତେ ସହଜ ନୁହଁଇ

କାନ୍ଦିବାଟା ଜନ୍ମଗତ ,

ମାଆ କୋଳୁ କୁଆଁ ଶବଦ ମୋହର

ହସ ଦୂର ପରବତ !



Rate this content
Log in