STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ନବରାତ୍ର

ନବରାତ୍ର

1 min
14.4K


ସଦାଶିବଂକର ସେବା କରିବାକୁ ବିଷ୍ଣୁ ହୋଇଲେ ବୈଷ୍ଣବୀ

ନାରାୟଣଂକର ନାରାୟଣୀ ରୂପ କେଉଁ ମହିମା ବର୍ଣ୍ଣିବି !

ଜଗନ୍ନାଥଂକର ନବ ଦିନାତ୍ମକ ଯାତ ହୁଏ ନୀଳାଚଳେ

ପତିତ ଜନଂକୁ ଉଦ୍ଧରିବେ ପ୍ରଭୁ ଆପଣାର କୃପା ବଳେ ।

ମାତା କାତ୍ୟାୟନୀ ଦଶ ମହାବିଦ୍ୟା ନବରାତ୍ରେ ଅବତରି

ନାରୀ ନାରାୟଣୀ ପ୍ରମାଣ ଦିଅନ୍ତି ନାରୀଂକ ପୂଜା ବିସ୍ତାରି ।

ବାଳିକା ମାନଂକୁ ନବଦିନ ଧରି କରନ୍ତି ପୂଜା ଅର୍ଚ୍ଚନ

ଗୌରୀ ପୂଜନରେ ଦେବୀ ମହାମାୟା କରାଇବାକୁ ପ୍ରସନ୍ନ ।

ଆଦ୍ୟାଶକ୍ତି ମାତା ନିରାଜନା ବିଧି ତିଥିକେ ଗୋଟିଏ ବେଶ

ଆଶ୍ୱିନ ଶୁକଳ ପ୍ରଥମୀରୁ ଆସି ନବମୀରେ ହୁଏ ଶେଷ ।

ଶୈଳପୁତ୍ରୀ ବ୍ରହ୍ମଚାରିଣୀ କୁଷ୍ମାଣ୍ଡା ଚନ୍ଦ୍ରଘଣ୍ଟା ସ୍କନ୍ଦମାତା

କାତ୍ୟାୟନୀ କାଳରାତ୍ରୀ ମହାଗୌରୀ ଅଟନ୍ତି ସେ ସିଦ୍ଧିଦାତା ।(ସିଦ୍ଧିଦାତ୍ରୀ)

ମାତୃ ପ୍ରଧାନ ଦେଶ ଆମ ନାରୀ ଜାତିର ପୂଜନ ପ୍ରଥା

ଭୋଗବାଦେ ବୁଡି ଭୁଲିଗଲୁ ଆମେ ମାତାର ମହିମା ଗାଥା ।

ନାରୀ ଯହିଁ ପୂଜା ପାଏ ତହିଁ ଦେବତାର ଆବିର୍ଭାବ ହୁଏ

ଦଶମଥା ଠାରୁ କଂସ ଦୁର୍ଯୋଧନ କେଉଁ ମହାବଳୀ ନୁହେଁ।

ଶକ୍ତି ପୂଜା କରି ପରମ ଭକ୍ତିରେ ଶକତି ଭରିବା ମନେ

ସଶକ୍ତ କରିବା ନାରୀ ଜାତି ଆମ ମାତି ନବ ଜାଗରଣେ ।

ବିଶ୍ଵେଶ୍ୱର ମାଝୀ


Rate this content
Log in