STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

ନବରାତ୍ର ପୂଜା

ନବରାତ୍ର ପୂଜା

1 min
290

ଜୟ ତୁ ଦୁର୍ଗା ମାଗୋ ଦୁର୍ଗତି ନାଶିନି

ପ୍ରଣାମ କରୁଛି ତତେ ମାଆ ସିଂହବାହିନୀ

ଆଶ୍ବିନ ମାସରେ ତୋର ନବରାତ୍ର ପୂଜା

ଆରମ୍ଭ ହେଲାଣି ଏବେଠାରୁ ସବୁ ସାଜସଜ୍ଜା

ଶକ୍ତି ପିଠେ ହେବ ତୋର ଷୋଡଶ ପୂଜା

ଚଣ୍ଡିପାଠ କରି ବାନ୍ଧିବେ ତୋର ଧ୍ବଜା

ପ୍ରତିପଦା ଠାରୁ ନଅ ଦିନ ବ୍ୟାପି ହେବ ତୋର ପୂଜା

କାଳି, ଲକ୍ଷ୍ମୀ ସରସ୍ବତୀ ରୂପେ ପାଇବୁ ପୂଜା

ପ୍ରଥମ ଦିନେ ତୋର ପୂଜା ଶୈଳପୁତ୍ରୀ ରୂପେ

ଦ୍ବିତୀୟରେ ବ୍ରହ୍ମଚାରିଣୀ,ତୃତୀୟରେ ଚିତ୍ରଘଣ୍ଟା

ଚତୁର୍ଥରେ କୁଷ୍ମାଣ୍ଡା, ପଞ୍ଚମରେ ସ୍ମନ୍ଦମାତା

ଷଷ୍ଠେ କାତ୍ୟାୟନୀ, ସପ୍ତମେ କାଳରାତ୍ରୀ

ଅଷ୍ଟମେ ମହାଗୌରି, ନବମେ ଶିଦ୍ଧିଦାତ୍ରୀ

ଶେଷ ଦିନରେ ହୁଏ ତୋର ବିଜୟା ଦଶମୀ

ମହିଷାସୁରକୁ ବଦ୍ଦ କରି ହେଲୁ ମହିଷାମଦ୍ଦିନୀ ।


Rate this content
Log in