STORYMIRROR

Sanjya Tripathy

Others

3  

Sanjya Tripathy

Others

ନବକଳେବର

ନବକଳେବର

1 min
177


ତରୁଣ ଅରୁଣର କରୁଣ ଆଭାରେ

ପୁଲକିତ ଧରାପୃଷ୍ଟ- ସୁରଭିତ ପରିବେଶ

ତନ୍ମଧ୍ୟରେ ଏକ ପର୍ଯ୍ୟାୟ ପତିତ କଙ୍କାଳର

ନବକଳେବର କାର୍ଯ୍ୟ ସମାପନ ହୋଇଛି

ପ୍ରକୃତି ଓ ପୁରୁଷର ବହୁବ୍ରହି ମିଳନରେ

ବାନୀ ଗାଁର ଶୋକରେ- ଦାଦନର ଭୋକରେ

ଧୂସିକ ସ୍ୱପ୍ନର ଦୁଃଖରେ- ଧୂସରିତ ଦିଗ୍ୟତର ଲକ୍ଷ୍ୟରେ

ଦାରିଦ୍ର୍ୟର ଭବୀ ରୂପରେଖରେ-

ଦୈନ୍ୟର ଅନିର୍ଦ୍ଦିଷ୍ଟ ଅଧ୍ୟାୟରେ

ଶ୍ରେଣୀ ବୈଶସ୍ୟର ଅସରନ୍ତି ଅବୋଲକରା କାହାଣୀରେ

ପ୍ରଦୂଷିତ ପ୍ରଶାସନ ଓ ଫକିଳ ରାଜନୀତିର

ଯୁଗଳ ମିଳନରେ

ବ୍ରହ୍ମ ବିଭ୍ରାଟର ଅକଳ୍ପନୀୟ ପୃଷ୍ଟଭୂମିରେ

ନବକଳେବର ସଂପାଦିତ ହେବ ।

ମୌସୁମୀ ମନସ୍କା ପ୍ରକୃତିର ଯଥାର୍ଥ ଅଭିଗ୍ରହଣରେ

ମୌସୁମୀ ସତା ପ୍ରିୟାର ଗୋଲାପୀ ପଣତକାନୀରେ

ସବୁଜ ଅରଣ୍ୟ ଓ ନୀଳଜହ୍ନର ମିଶ୍ରିତ ଅନୁକୃତିରେ

ଶୁଦ୍ଧ ସମାଜ ଓ ସୁସ୍ଥ ପରିବେଶର ସାର୍ଥକ ସ୍ଵପ୍ନରେ

ସର୍ବୋପରି: ସୁରମ୍ୟ ସଂପର୍କର ଶ୍ରାବଣୀ ସୃଜନଶୀଳତାରେ ।



Rate this content
Log in