STORYMIRROR

Pinku Ranbida

Others

3  

Pinku Ranbida

Others

ନବବର୍ଷ

ନବବର୍ଷ

1 min
174

ନୁଆଁ ବରଷ ରେ ନୁଆଁ ବରଷ

ମନେ ଆଣିଦେଲୁ ନୁଆଁ ହରଷ

ଆଜି ହସୁଛି ଧରା ଧରଣୀ

ପରିବେଶ ଦିଶୁଛି ସୁନ୍ଦରୀ ରାଣୀ ll 


ସୁନ୍ଦର ଲାଗୁଛି ବଣ, ଲତା, ପାହାଡ଼

ଝରଣାରୁ ପାଣି ଝରୁଛୁ ଝର ଝର

ସବୁଜ ରଙ୍ଗରେ ଚାରିଦିଗ ରଙ୍ଗୀତ

ଆକାଶେ ଉଡି ପକ୍ଷୀମାନେ ଗାଉଛନ୍ତି ଗୀତ ll


ଆକାଶ ଆଜି ନିର୍ମଳ ହୋଇଛେ

ସାତ ରଙ୍ଗର ଇନ୍ଦ୍ରଧନୁ ଆଙ୍କିଛି

ସୁର୍ଯ୍ୟର କଅଳି ସୁନେଲୀ କିରଣ

ଜୀବଜଗତରେ ଭରିଛି ନୂତନ ଜାଗରଣ ll


ନୂତନତାର ଶୁଭ ସକାଳ ଆସିଛି 

ସାଙ୍ଗରେ ହସ ଉଲ୍ଲାସ ଆଣିଛି

ଦୁଇ ହଜାର କୋଡିଏକୁ ବିଦାୟ ଦେଇ

ଦୁଇ ହଜାର ଏକୋଇସି ଆସିଛି ଧାଇଁ  ll


ନବବର୍ଷକୁ ସମସ୍ତେ ସ୍ୱାଗତ କରୁଛନ୍ତି

ପୁରାତନକୁ ବିଦାୟ ଦେଉଛନ୍ତି

ବିତିଯାଇଥିବା ଦୁଃଖ ସୁଖ ଭୁଲି ସମସ୍ତେ

ନବବର୍ଷ ଅଭିନନ୍ଦନ ଜଣାନ୍ତି କେତେ ll


Rate this content
Log in