Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Durjyodhan Barik

Others

3  

Durjyodhan Barik

Others

ନବାଙ୍କ ବେଶ

ନବାଙ୍କ ବେଶ

1 min
136



ମକର ସଂକ୍ରାନ୍ତି ପୂର୍ବ ଦିନ ହୁଏ

ପ୍ରଭୁଙ୍କ ନବାଙ୍କ ବେଶ 

ଗେଣ୍ଡୁ ଫୁଲ ମାଳ ଭାଇ ଭଗ୍ନୀ ସଙ୍ଗେ

ପିନ୍ଧି ଥାନ୍ତି ପୀତବାସ ।


ସେହି ଦିନ ସନ୍ଧ୍ୟା ଆଳତି ବେଶରେ

ଖୁଣ୍ଟିଆ ଓ ପୁଷ୍ପାଳକ  

ସଜ୍ଜାନ୍ତି ପ୍ରଭୁଙ୍କୁ ନବାଙ୍କ ବେଶରେ

ଶ୍ରୀଚୈତନ୍ୟ ପ୍ରବର୍ତ୍ତକ ।


ଶଂଖ ଚକ୍ର ହଳ ମୂଷଳ କୁଣ୍ଡଳ

ତଡଗି ଇତ୍ୟାଦି ପାଇଁ

କଇଥ ଅଠାରେ ଜରି ସାହାଯ୍ୟରେ

ଲାଗି ଯେ ପ୍ରସ୍ତୁତ ହୋଇ ।


ଠାକୁର ଶୀର୍ଷରୁ ରତ୍ନ ସିଂହାସନ

ଗେଣ୍ଡୁ ଫୁଲରେ ସଜ୍ଜିତ 

ଚାଉଳ ମେଲାଣ ଓ ପୁଷ୍ପ ମେଲାଣ

ସେହି ଦିନ ଅନୁଷ୍ଠିତ ।


ଶ୍ରୀପୟର ମାଳା ଓ କରପଲ୍ଲବ

ଚିତା ଓ ଅଧରମାଳା

ପାଞ୍ଚଟି ସ୍ଥାନରେ ଦରକାର ହୁଏ

ଦଶ ପନ୍ଦର ମାଳା ।


ଚୂଳ ଓ ଟୋପର ତୁଳସୀ ପତ୍ରରେ

ହୃଦ ପଦକ ମିଶ୍ରିତ 

ଗେଣ୍ଡୁ ଫୁଲ ଆଉ ଗୋଲାପ କଢରେ

ହୁଏ ପଦକ ପ୍ରସ୍ତୁତ ।


ଏହି ଦିନେ ପରା ଗେଣ୍ଡୁ ଫୁଲ ମିଳେ

ପ୍ରଚୁର ପରିମାଣରେ 

ସେଥିପାଇଁ ଏହା ବ୍ୟବହୃତ ହୁଏ

ଏହି ନବାଙ୍କ ବେଶରେ ।


ଏହି ସମୟରେ ଦକ୍ଷିଣ ଗୃହରୁ

ମଦନ ମୋହନ ଆସି 

ପ୍ରଦକ୍ଷିଣ କରି ଆଜ୍ଞାମାଳ ନେଇ

ପଲକିରେ ଯିବେ ବସି ।


କରି ପ୍ରଦକ୍ଷିଣ ସାଢ଼େ ଚାରି ଥର

ଶ୍ରୀମନ୍ଦିର ବେଢା ଟିରେ 

ଫେରି ଯିବେ ସିଏ ତାଙ୍କର ସ୍ଥାନକୁ

ରହିବେ ଦକ୍ଷିଣ ଘରେ ।



Rate this content
Log in