STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ନବାଙ୍କ ବେଶ

ନବାଙ୍କ ବେଶ

1 min
206

ଧନୁ ମାସାନ୍ତରେ ପଉଷ ମାସରେ

ନବାଙ୍କ ବେଶ ତୁମର

ନବାଙ୍କ ବେଢାରେ ବେଢା ବୁଲୁଥାଅ

ନୀଳାଦ୍ରି ନୀଳ ସୁନ୍ଦର

ରୂପ କଳ୍ପ ମନୋହର

ତିନି ଭୁବନର ଚାରୁଚିତ୍ର ଶୋଭା

ଦିଶଇ ଶୀରିମନ୍ଦିର ।।


ସର୍ବାଙ୍ଗେ ଚନ୍ଦନ ହୋଇଣ ମଣ୍ଡନ

ଦିଶୁ ଥାଅ ବଡ ତୋରା

ନାଲି ପାଟ ପତନୀର ଆବରଣ

ଅରୁଣ କିରଣ ଝରା

କଳା ଶ୍ରୀମୁଖ ଭ୍ରମରା

ଫୁଲ ତଣ୍ଡୁଳର ଗଜରା ଗଳାରେ

ଝଲସେ କି ଗ୍ରହ ତାରା ।।


ପବିତ୍ର ତୁଳସୀ ଚୂଳ କି ମଞ୍ଜୁଳ

ନିନ୍ଦେ କୋଟି କାମ କଳା

“ହୁଅ “ମ଼ହାବାହୁ ବିଚିତ୍ର କର୍ମା ହେ”

କେତେ ବେଶ” ଲକ୍ଷ୍ମୀନାହା

ନବାଙ୍କ ବେଶକୁ ଆହା

ଶ୍ରୀଚୈତନ୍ୟ ଦେବ ଆରମ୍ଭ କରିଲେ

ସବୁତ ତୁମରି ମାୟା ।।


ବାପଘରୁ ଫେରି ଆସିବେ ଚଞ୍ଚଳା

ସରିବ ପହିଲି ଭୋଗ

ମାଆ ରାନ୍ଧୁଥିଲେ ସକାଳୁ ସକାଳୁ

ପୁଅକୁ ହୋଇବ ଭୋକ

ଶୀତଦିନ ରାତିଯାକ

ଉପାସରେ ଅଛି ପୁଅ ବୋଲି ମାଆ

ପରସେ ପହିଲି ଭୋଗ ।।


ତୁଳସୀ ଭୂଷଣ ହୁଅ ନାରାୟଣ

ତହୁଁ ମକର ସଂକ୍ରାନ୍ତି

ଉତ୍ତରାୟଣ ଗତିରେ ସୂର୍ଯ୍ୟ ଦେବ

ଉତ୍ତରକୁ ଢଳିଥାନ୍ତି

ନବାଙ୍କ ବେଶକୁ ଦେଖି

ବର୍ଣ୍ଣିଲି କୋବିଦେ ଦୋଷ ନଧରିବ

କ୍ଷମିବ ଥିଲେ ହେ ତୃଟି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍