STORYMIRROR

Pratap Kishore Rout

Others

4  

Pratap Kishore Rout

Others

ନବ ଉତ୍କଳର ନିର୍ମାତା ମଧୁସୂଦନ

ନବ ଉତ୍କଳର ନିର୍ମାତା ମଧୁସୂଦନ

1 min
375

ଉତ୍କଳ ଜନନୀ ବରପୁତ୍ର ତୁମେ

         ପ୍ରଣମ୍ୟ ପୁରୁଷ ମଧୁସୂଦନ

ଅର୍ଦ୍ଧ ଶତାବ୍ଦୀ ର ଇତିହାସ ରଚି

       ଏ ଜାତି କୁ ତୁମେ କରିଛ ଧନ୍ୟ

    ଓଡ଼ିଆ ହୃଦୟ ମଉଡମଣି

ଉତ୍କଳ ମାଟିରେ କିରତୀ ର ଧ୍ବଜା

   ଉଡାଇଛ ତୁମେ ଯୋଗ୍ୟ ବିନ୍ଧାଣୀ।୧।


ଓଡ଼ିଆ ପ୍ରାଣ ରେ ଭରିଛ ସ୍ପନ୍ଦନ

        ବଜ୍ର ଠୁଁ କଠିନ ତୁମ ଆହ୍ୱାନ

ପ୍ରତି ଓଡ଼ିଆ କୁ ଏକତ୍ରିତ କରି

       ବଢାଇଲ ତୁମେ ଜାତିର ମାନ

    ସ୍ୱତନ୍ତ୍ର ଉତ୍କଳ ତୁମରି ଦାନ

ତୁମ ପାଇଁ ଆଜି ଓଡ଼ିଆ ଲଭିଛି

    ବିଶ୍ୱ ଦରବାରେ କୋଟି ସମ୍ମାନ ।୨।


ଦକ୍ଷ ଆଇନିଜ୍ଞ ଧୁରୀଣ ବ୍ୟକ୍ତିତ୍ୱ

        ଉତ୍କଳ ମାଟିର ହେ ରୂପକାର

ପରାଧୀନ ଏଇ ମାଟିରେ ଭରିଛ

      ତେଜ ଭରା ବାଣୀ ମନ୍ଦ୍ର ଝଙ୍କାର

    ଓଡ଼ିଆ ପ୍ରାଣ ରେ ନବ ଜୀବନ

ପ୍ରତି ଟି ପ୍ରାଣ ରେ ନବ ଉନ୍ମାଦନା 

       ଭରି ଦେଇଥିଲ ଅତନ୍ଦ୍ର ମନ ।୩।


ସମ୍ମିଳନୀ ଡାକି ଏ ସୁପ୍ତ ଜାତି ର

      ପ୍ରାଣ ରେ ଜଗାଇ ନବ ଚେତନା

ହୃଦୟ ତନ୍ତ୍ରୀ ରେ ଜଗାଇ ଦେଇଛ

       ଜାତି ପ୍ରେମ ସ୍ୱର ମଧୁ ମୂର୍ଚ୍ଛନା

   ମଡ଼ା ଦେହେ ସଂଜୀବନି ଦେଇଛ

ଭାଷା ସାହିତ୍ୟର ସୁରକ୍ଷା କରିଣ

      ସୁପ୍ତ ଜାତିକୁ ଜାଗ୍ରତ କରିଛ ।୪।


ଉତ୍କକ ଟାନେରୀ ଗଢି ଓଡିଶା ରେ

      ବୁଭୁକ୍ଷୁ ପ୍ରାଣରେ ଆହାର ଦେଲ

ସାମାନ୍ୟ ତ୍ରୁଟି ରେ ଜାତି ସ୍ୱାଭିମାନ

     ପଦା ରେ ନପଡୁ ବୋଲି ଭାବିଲ

   କପର୍ଦକ ଶୁନ୍ୟ ହୋଇ ପଡ଼ିଲ

ଅଭାବ ଯୁଦ୍ଧରେ ସୈନିକ ସାଜିଣ

     କୋଟି ଓଡ଼ିଆ ଙ୍କ ମାନ ରଖିଲ ।୫।


ସ୍ବତନ୍ତ ଉତ୍କଳ ତୁମ ଅବଦାନ

      ଏ ଜାତି କେବେ ବି ଭୁଲିବ ନାହିଁ

କଳା ସ୍ଥାପତ୍ୟ ର ଭୁୟସୀ ପ୍ରଶଂସା 

       କୀର୍ତ୍ତି କଲ୍ଲୋଳିନୀ ଯାଉଛି ବହି

   ଏ ଉତ୍କଳ ମାଟି ଗରିମା ମୟ

ତୁମ ପରଶ ରେ ହସୁ ଅଛି ଆଜି

    ନବୀନ ଭାସ୍କର ସତେ ଉଦୟ।୬।


ଶତାବ୍ଦୀ ର ସୂର୍ଯ୍ୟ ନଇଁ ଯାଇଅଛି

      ହେ ପ୍ରଣମ୍ୟ ତୁମ ଆବର୍ତ୍ତମାନେ

କିରତୀ ର ଧ୍ବଜା ଉଡେ ଫରଫର

       ତୁମ ଜୟଗାନ ଶୁଭେ ସଘନେ

   ଭାରି ମନେପଡ଼ ଆଜି ଏ ଦିନେ

ସେପାରି ରେ ଥାଇ ଦେଖୁଥିବ ତୁମେ

     ଉତ୍କଳ ର ସ୍ଥିତି ଆଜି ଏଦିନେ ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍