STORYMIRROR

LALIT MOHAN DASH

Children Stories Romance Crime

4  

LALIT MOHAN DASH

Children Stories Romance Crime

ନବ ଦୂର୍ଗାଙ୍କ ନବ ରାତ୍ରୀ

ନବ ଦୂର୍ଗାଙ୍କ ନବ ରାତ୍ରୀ

1 min
325


ଏକା ଭଗଵତୀ ଦିଵ୍ୟ ସ୍ଵରୂପା ମା

ଶୈଳୀ ପୁତ୍ରୀ ବ୍ରହ୍ମଚାରିଣୀ,

ସଵୁ ପରା ସ୍ନେହ ବାତ୍ସଲ୍ୟ ରେ ଵନ୍ଧା

ଚନ୍ଦ୍ରଘଣ୍ଟା ଦୁଃଖ ନାଶିନୀ।


ଚତୁର୍ଥେ କୁଷ୍ମାଣ୍ଡା ଦାରିଦ୍ର୍ୟ ନାଶିନୀ

ଆଧି ଵ୍ୟାଧି ଵିନାଶିନୀ,

ସ୍କନ୍ଦମାତା ନାମ ଵହେ ପଞ୍ଚମରେ

ଶକ୍ତି ଜ୍ଞାନ ପ୍ରଦାୟିନୀ।


ଷଷ୍ଠେ କତ୍ୟାୟିନୀ ମହିଷା ମର୍ଦ୍ଦିନୀ

ଅସୁର ସଂହାର କାରୀ,

ନାଶି ସଂସାର ରୁ ଅସୁର ପ୍ରଵୃତି

ସୁଖ ଶାନ୍ତି ଦିଅ ଭରି।


ସପ୍ତମରେ ଵହେ କାଳରାତ୍ରୀ ନାମ

ଅଷ୍ଟମରେ ମହାଗୌରୀ,

ନଵମ ରେ ସର୍ବ ସିଦ୍ଧି ପ୍ରଦାୟିନୀ

ଭଵ କଷ୍ଟୁ କରେ ପାରି।


କୁମାରୀ କନ୍ୟାଙ୍କୁ ନଵମରେ ପୂଜି

ବିନମ୍ରେ ଶରଣ ଯାଇ,

ଦଶମୀରେ ଦୂର୍ଗା ରୂପରେ ପୂଜିଲେ

ଦୁରିତ ନାଶ କରଇ।


ମା ଅମ୍ବା ରୂପେ ଜୁଆର କୁ ପୂଜି

ଦେଇ ଅର୍ଘ୍ୟ ଧୂପ ଦୀପ,

ନିଷ୍ଠା ଭକତିରେ ପୂଜିଲେ ମାଆଙ୍କୁ

ଦୁଃଖ ଶୋକ କରେ ଲୋପ।


ନାଶି ଦେ ମାଆ ଲୋ ସଂସାର ର ଦୁଃଖ

ଶାନ୍ତି ମୈତ୍ରୀ ଯାଉ ଭରି,

ତୁମରି ବାତ୍ସଲ୍ୟ ପଣତ ଘୋଡାଇ

ଢାଳିଦିଅ କୃପା ବାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍