ନବ ଦିଗନ୍ତ
ନବ ଦିଗନ୍ତ
1 min
184
ଶ୍ରୀ ମନୋଜ ଦାସ
ନବ ଦିଗନ୍ତର ଆଲୋକ ଆଶାର
ଥିଲେ ସିଏ ଦିବ୍ୟ ଦ୍ରଷ୍ଟା
ପ୍ରକୃତିର ମଣି ସାହିତ୍ୟକୁ ବୁଣି
କରିଗଲେ ବହୁ ସ୍ରଷ୍ଟା |1
ସାରା ଭାରତରେ ଲେଖାର ଫସଲ
ଗାଉଅଛି ତୁମ ନାମ
କଲମ ମୁନରେ ସାତ ରଙ୍ଗ ଦେଇ
ସୁଫଳ କରିଛ ଦିନ |2
ସୁରୁଜ କିରଣେ ଅସ୍ତ ହେଇଗଲ
ଆମ ସମସ୍ତଙ୍କୁ ଛାଡି
ସାରା ବିଶ୍ୱ ପାଇଁ ତୁମ ସ୍ମୃତି ସବୁ
ରହିଯିବ ଆଶା ବାଡ଼ି |3
ଛୋଟ ମନ ମୋର କରେ ନମସ୍କାର
ଟିକି ଟିକି ପାପୁଲିରୁ
ଶ୍ରଦ୍ଧାଞ୍ଜଳି ଦେଇ ଭକ୍ତି ଅର୍ଘ୍ୟ ଥୋଇ
ଝରାଇଲି କବିତାରୁ |4
