ନବ ବଧୂ
ନବ ବଧୂ
ନୟନରେ ତୋର ଆଷାଢ, ଶ୍ରାବଣ..
ହ୍ରୁଦୟେ ବସନ୍ତ-ଫୁଲ,
ମନର ଆକାଶେ ଜହ୍ନ ଉଇଁଛି,
ଜହ୍ନରେ ପ୍ରୀୟ ମୂହଁ । (୧)
ଲାଜ ଓଢଣୀରେ ତୋ ମୁହଁ ଢାଙ୍କିଛୁ..
ଖୋଲିଛୁ ସ୍ମୁତିର ଝର୍କା,
ଝର୍କା ଫାଙ୍କରେ ଫର୍ଚ୍ଚା ଦିଶୁଛି..
ସ୍ମୃତି ରାସ୍ତା ଅଙ୍କା ବଙ୍କା ।(୨)
କୁଆଁ କୁଆଁ କାନ୍ଦି ଆସିଥିଲୁ ଦିନେ..
ସଭି ଙ୍କୁ ଆହ୍ଲାଦ ଦେଇ,
କାନ୍ଦି କାନ୍ଦି ପୁଣି ଯାଉଛୁ ଲୋ ଚାଲି..
ସମସ୍ତଙ୍କୁ ଲୁହ ଦେଇ ।(୩)
ପଛ ରେ ରହିଲା ଷଠିଘର ତୋର..
ସରିଗଲା ଧୁଳିଘର,
ଅତିତ ହୋଇଲା କୁଆଁରୀ ଜୀବନ...
ଜନ୍ମ ଦାତା ହେଲେ ପର ।(୪)
ରାଗ, ରୁଷା, କାନ୍ଦ ବିସର୍ଜି ଦେଇ ଲୋ..
ଚାଲିଯା ତୋ ଶାଶୁ ଘର,
ଶାଶୁ ଘର ସେଇ ରୋଷେଇ ଶାଳ ରେ..
ଏସବୁ ଯେ ମୂଲ୍ୟ ହୀନ ।(୫)
ନବ ବଧୁ ବେଶ, ମଧୂ ମଧୂ ହସ...
ବୋହୂ କୁ ମାଧୁରୀ କରେ,
ବିନୟ ଗୁଣରେ ପ୍ରୀତି ବଚନରେ
ପର କୁ ଆପଣା କରେ ।(୬)
ଶାହାନାଇ ସୁର ରୋମାଂଚ ବାଣ୍ଟୁଛି..
ଆଜି ତୋର ବାହାଘର,
ସମସ୍ତ ଙ୍କ ପାଇଁ ଖୁସି ଦିନ ହେଲେ..
ତୋ ପାଇଁ କି ଶେଷ ଦିନ ।(ପିତା ଘରେ) (୭)
ଶେଷରୁ ଆରମ୍ଭ ତୋ ଘର ସଂସାର..
ଏ ତ ବିଧିର ବିଧାନ,
ଅପରିଚିତଙ୍କୁ ଆପଣେଇ ନିଏ..
ଧନ୍ୟ ଝିଅଙ୍କ ଜନମ ।(୮)
*******************
ଆହ୍ଲାଦିନୀ ପାଣିଗ୍ରାହୀ ଦାଶ
