STORYMIRROR

Suresh chandra Padhy

Others

3  

Suresh chandra Padhy

Others

ନବ ବଧୂ

ନବ ବଧୂ

1 min
152


ନବ ବଧୂ ହୋଇ ସେ ଆସିଅଛି

ସଭିଙ୍କ ମନ ଛୁଁଇବ ଆଶା ମୁ କରିଛି

ଝିଅ ପରି ସେ ଆମ ଘରେ ରହିବ

ସଭିଙ୍କ ମନ ଜାଣି ସେ ସେବା କରିବ

ଶାଶୁକୁ ସେ ନିଜ ମାଆ ପରି ଭାବିବ

ସ୍ୱାମୀକୁ ସେ ଦେବତା ମାନି ଥିବ

ତା ପାଦ ପଡି ଆମ ଘର ଧନ୍ୟ ହୋଇଲା

ଲକ୍ଷ୍ମୀ ରୂପ ନେଇ ସେ ଆମ ଘରେ ପାଦ ପକାଇଲା

ଶାଶୁ ଘର ତା ପାଇଁ ହେବ ସ୍ୱର୍ଗପୁର

ସ୍ନେହ ଆଦର ସେ ପାଇବ ସଭିଙ୍କ ର

ଖୁସି ରେ ଗଢିବ ସେ ସୁନା ର ସଂସାରକୁ

ତା ସୁଖ ଦୁଃଖ ବୁଝିବାକୁ ଥିବୁ ଆମେ 

ତା ପାଖକୁ

ବୋହୁ ଆମ ସବୁ ସଂସ୍କାର ନେଇ ଆସିଛି

ସାନକୁ ଶ୍ରଦ୍ଦା କରିବା ବଡ଼ ଙ୍କୁ ସମ୍ମାନ

ଦେବା ସେ ଜାଣିଛି

ତାର ମିଠା ମିଠା କଥା କହି ସେ ମନ ମୋହି ନେବ

ସଭିଙ୍କସାଥି ରେ ରହି ଘରକୁ ଆମ

ମନ୍ଦିର କରିବ

କବି ସୁରେଶ ମାଗୁଣି କରୁଛି ପ୍ରଭୁଙ୍କୁ

ନବ ଦମ୍ପତି ଭଲ ରେ ରୁହନ୍ତୁ ସବୁ ବେଳକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍