STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ନୈବେଦ୍ୟ

ନୈବେଦ୍ୟ

1 min
205

ମଲାବେଳେ ଟୋପେ  ମହାର୍ଦ ତୋରାଣି  ଆଶା ମୁଁ କରିଛି କେତେ

ଆଖି ଖୋଲାଥିବ   ଦେଖୁଥିବି ତୋର  କଳା ବଦନ ନିରତେ  ।

ଅରୁଣ କିରଣ ଝରି ପଡୁଥିଡ    ଦିଗାଙ୍ଗୀ ଶୁଭ୍ର ପତନୀ

ପିନ୍ଧି ମନଲୋଭା ଦିଶିବ, ମଳୟେ  ଉଡୁଥିବା ତାର କାନି

ବସିଥିବେ ପାସେ ବନ୍ଧୁ ବର୍ଗ ମୋର ନେବ ହେ ସରଗ ପଥେ

ମଲାବେଳେ ଟୋପେ ମହାର୍ଦ ତୋରାଣି ଆଶା ।

କୋକେଇ ମୋହର ତୁମ ସିଂହଦ୍ଵାର  ଦେଇ ଯେବେ ଯାଉଥିବ

ସାହାଣ ମେଲାଇ ତୁମେ ଜଗନ୍ନାଥ    ସିଂହାସନେ ବସିଥିବ

ଚକା ଆଖି କଳା ବଦନ କାଳିଆ  ଏତିକି ମାଗୁଣି ତୋତେ

ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା ।

ସରଗ ଦୁଆରେ ଜଳିବା ଆଗରୁ  ମହୋଦଧି ପୂତ ଜଳେ

ଏ ମାଟି ଘଟକୁ ଧୋଇଦେବେ ଆଶା  ରଖିଛି ଏ ମନ ତଳେ

ପାଞ୍ଚ ଭାଇ ମିଳି ଜୁଇରେ ଥୋଇବେ  ଗାଇ ରାମନାମ ତୁଣ୍ଡେ

ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା ।

ବହି ଆସୁଥିବ ଦକ୍ଷିଣା ପବନ  ଜଳୁଥିବ ମୋର ଜୁଇ

ଏ ପରାଣ ପକ୍ଷୀ ଉଡିବୁଲୁଥିବ   ତୁମ ନାମ ଗାଇ ଗାଇ

ଏତିକି କାମନା କରି ଜଗନ୍ନାଥ  ଧ୍ୟାୟୁଛି ତୋ ନାମ ଚିତ୍ତେ

ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା ।

ଶୂନ୍ୟ ହସ୍ତେ ଆସିଥିଲି ଶୁନ୍ୟ ହସ୍ତେ   ଯିବି ମୁଁ ଏ ଧାମ ଛାଡି

ମୋର ମୋର ବୋଲି କହି କହି କେତେ  କରିଛି ହେ ଘର ବାଡ଼ି

ଅପାର୍ଥିବ ସବୁ ଜାଣିଲିଣି ବିଭୁ   କ୍ଷମା କରିଦେବ ମୋତେ

ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା ।

ଜୀବନରେ ଯେତେ ଯାତନା ଯନ୍ତ୍ରଣା   ଭୁଲାଇ ଦିଅହେ ସ୍ଵାମୀ

କେତେ ପୁଣ୍ୟ ଅବା କେତେ ପାପ କଲି  ତୁମେ ଜାଣ ଅନ୍ତର୍ଯ୍ୟାମୀ

ଶରଣ ତୋ ପୂତ ରାଜିବ ଚରଣେ   ଫେରାଇ ନେବେ ହେ ମୋତେ

ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା ।

ଜୁଇରେ ଏ ଘଟ ପାଉଁଶ ହୋଇବ   ସେ ପାଉଁଶ ବିସର୍ଜନ

ତ୍ରିବେଣୀ ଘାଟରେ ଶ୍ରାଦ୍ଧ ହେଉ ପ୍ରଭୁ   ଗଙ୍ଗା ଜଳେ ହେଉ ଲିନ

ଅନାଦି ଈଶ୍ଵର ଅନ୍ତର ଦେବତ ପର କରିବନି ମୋତେ

ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା ।

ଦୁନିଆ ହାଟରୁ ସାରିଦିଅ ଖେଳ  ନକର ଆଉ ଉଛୁର

ମରତ ଭୂଇଁ ରୁ ବିରତ ଦିଅ ହେ ରାହା ପାଉ ନାହିଁ ମୋର

ଅଭୟ ପଙ୍କଜ ଛନ୍ଦା ପଦ ଧ୍ୟାଇ  ପ୍ରଫୁଲ୍ଲ ଡାକେ ନିରତେ

ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍